ଭଦ୍ରକ, ୧୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ଥାନା ମୁକୁନ୍ଦପୁର ପଂଚାୟତ ଅଧୀନ ଗୁଡ଼ୁପାଳ ଗ୍ରାମର କମଳା ସାହୁ (୮୦) ନାମ୍ନୀ ଜଣେ ବୃଦ୍ଧାଙ୍କର ମୃତଦେହକୁ ବୁଧବାର ଗ୍ରାମ ନିକଟସ୍ଥ ଏକ ପୋଖରୀରୁ ଉଦ୍ଧାର କରାଯାଇଛି। ମୃତ ବୃଦ୍ଧା କମଳା ବୁଧବାର ମଧ୍ୟାହ୍ନରେ ଶୌଚ ହେବାକୁ ତାଙ୍କ ବାଡ଼ିରେ ଥିବା ଏକ ପୋଖରୀକୁ ଯାଇଥିଲେ। ସେ ଘରକୁ କିଛି ସମୟ ଧରି ନଫେରିବାରୁ ପରିବାର ଲୋକ ଖୋଜାଖୋଜି କରିଥିଲେ। ପରେ ତାଙ୍କୁ ବାଡ଼ି ପୋଖରୀରୁ ଉଦ୍ଧାର କରାଯାଇ ତିହିଡ଼ି ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ପୁଲିସ ଏହି ଘଟଣାରେ ୨୭/୨୫ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡ଼ିଛି।