Odiapua.com

ପୋଖରୀରୁ ଏକ ଫୁଟା ଶିବଲିଙ୍ଗ ଉଦ୍ଧାର

ନୟାଗଡ଼, ୧୩ା୬ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) :ଭାପୁର ବ୍ଳକ ଖୁଂଟୁପଡ଼ା ଗ୍ରାମର ପୋଖରୀ ଖନନବେଳେ ଶତାଧିକ ବର୍ଷର ଏକ ଫୁଟା ଶିବଲିଙ୍ଗ ଉଦ୍ଧାର କରାଯାଇଥିବା ଚର୍ଚ୍ଚାର ବିଷୟ ହୋଇଛି। ପୋଖରି ଖୋଳା ଚାଲିଥିବାବେଳେ ପୋଖରୀ ମଧ୍ୟଭାଗରେ ଏହି ଶିବଲିଙ୍ଗ ଦେଖିବାକୁ ମିଳିଥିଲା। ବହୁବର୍ଷ ପୂବେ ଏହି ପୋଖରୀ ଯେଉଁଠାରେ ଥିଲା ସେଠାରେ ଏକ ରାମେଶ୍ୱର ଶିବ ମନ୍ଦିର ଥିଲାବୋଲି ପୁରୁଖା ଲୋକଙ୍କ ଠାରୁ ଶୁଣିବାକୁ ମିଳେ। କାଳକ୍ରମେ ପାଣିରେ ଠାକୁର ବୁଡ଼ି ରହିଥିବାବେଳେ ଏକ ନୂଆ ମନ୍ଦିର ନିର୍ମାଣ କରାଯାଇଥିଲା। ତେବେ ଏବେ ପୋଖରୀ ଖୋଳା ଚାଲିଥିଲାବେଳେ ଊଦ୍ଧାର କରାଯାଇଥିବା ଶିବଲିଙ୍ଗ ସେହି ରାମେଶ୍ୱର ହୋଇଥାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି।