Odiapua.com

ପୈାରାଚଂଳ ଡ୍ରେନରେ ଖସିପଡିଥିବା ଗାଈକୁ ଉଦ୍ଧାରକଲା ଅଗ୍ନିଶମ ବିଭାଗ

କେନ୍ଦ୍ରାପଡ଼ା ୨୪/୫ (ଓଡ଼ିଆ ପୁଅ) – କେନ୍ଦ୍ରାପଡା ପୈାରାଚଂଳ ଅନ୍ତର୍ଗତ ବଡହାଟର ଗୈାରାଙ୍ଗ ସାହୁଙ୍କ ଗୃହ ସମ୍ମୁଖରେ ଥିବା ଏକ ଖୋଲା ଡ୍ରେନରେ ଆଜି ଅପରାହ୍ନ ପ୍ରାୟ ଗୋଟାଏ ସମୟରେ ଏକ ଗାଇ ଗଳିପଡିଥିଲା। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ କେନ୍ଦ୍ରାପଡା ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଁଚି ସେହି ଗାଇଟିକୁ ଉଦ୍ଧାର କରିଥିବା ଜଣାପଡିଛି। ଗାଇଟି ସୁସ୍ଥଥିବା ଜଣାପଡିଛି।

/ଚିତ୍ତରଞ୍ଜନ ଦାସ