Odiapua.com

ପେଟ୍ରୋଲ ଡିଜେଲ ରନ୍ଧନ ଗ୍ୟାସର ଦରଦାମ୍ ବୃଦ୍ଧି ପ୍ରତିବାଦରେ ଜନ ସଚେତନା ପାଇଁ ସାଇକେଲ୍ ଶୋଭାଯାତ୍ରା କରିବ – ଭୁବନେଶ୍ୱର ଜିଲ୍ଲା କଂଗ୍ରେସ.

ଭୁବନେଶ୍ୱର ୧୦-୭ (ଓଡ଼ିଆ ପୁଅ) ଜନସାଧାରଣ ବର୍ତ୍ତମାନ କରୋନା ପରିସ୍ଥିତିରେ ହଇରାଣ ହେଉଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାର ଲୋକମାନଙ୍କୁ ଭୁଆଁ ବୁଲେଇ ପେଟ୍ରୋଲ ଡିଜେଲ ଆଉ ଗ୍ୟାସ୍ ଉପରେ ଟ୍ୟାକ୍ସ ମାଧ୍ୟମରେ ଅତ୍ୟଧିକ ଆଦାୟ କରି ଦର୍ ବୃଦ୍ଧି ପାଉଥିବାରୁ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ର ସଭାପତି ବିଶ୍ୱଜିତ୍ ଦାଶଙ୍କ ନେତୃତ୍ବରେ ଆସନ୍ତା ୧୪ ତାରିଖ ଦିନ ୧୦ ଘଟିକା ସମୟରେ ଏକ ସାଇକେଲ୍ ଶୋଭାଯାତ୍ରା ବାହାରି ଭୁବନେଶ୍ୱର ସହର ପରିକ୍ରମା କରିବ। ଜନ ସାଧାରଣଙ୍କୁ ସଚେତନ କରିବାକୁ ଓ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ଜନଜାଗରଣ କରିବା ପାଇଁ ରାଲି କରାଯାଉଛି। ଆଜି ଏଥିପାଇଁ ଗୋଟିଏ ପ୍ରସ୍ତୁତି ଵୈଠକ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଦାଶ ଙ୍କ ସଭାପତିତ୍ୱରେ ଆୟୋଜନ କରାଯାଇଥିଲା। ଏଥିରେ ବ୍ଲକ୍ ସଭାପତି ଅଶୋକ ଦାସ, ମନୋରଞ୍ଜନ ଜେନା, ଇନ୍ଦ୍ରଜିତ ପରିଡ଼ା, ଶ୍ରୀଧର ବାଳିଆରସିଂ, ବ୍ରହ୍ମାନନ୍ଦ ସାହୁ, ଦେବରାଜ ମିଶ୍ର, ସେକ୍ ଅଫତାବ ଅଲ୍ଲୀ, ଅନ୍ଵୋର୍ ଖାଁ, ମନୋରଞ୍ଜନ ବଟୁ, ଜିଲ୍ଲା କଂଗ୍ରେସର ମୋହନ ଜେନା, ସୁବ୍ରତ ମହାପାତ୍ର, ଅକ୍ଷୟ ଦାସ, ଜୟକୃଷ୍ଣ ସୁବୁଦ୍ଧି, ମିହିର ଆଚାର୍ଯ୍ୟ, ପ୍ରଭାସ ମହାପାତ୍ର ଓ ଶୁଭ୍ରଜିତ ଲେଙ୍କା ପ୍ରମୁଖ ଅଂଶ ଗ୍ରହଣ କରି ଆଲୋଚନାରେ ଭାଗ ନେଇଥିଲେ। ଆସନ୍ତା ସାଇକେଲ୍ ଯାତ୍ରାକୁ ସଫଳ କରିବା ପାଇଁ ବିଭିନ୍ନ ପ୍ରକାର ପ୍ରସ୍ତୁତି କାର୍ଯ୍ୟକ୍ରମ କରଯାଇଥିଲା ଏଥିରେ ସମସ୍ତ କର୍ମୀମାନେ ଯୋଗଦେବା ପାଇଁ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଦାଶ ଆହ୍ବାନ ଦେଇଛନ୍ତି।