Odiapua.com

ପେଟ୍ରୋଲ, ଡିଜେଲ, ରନ୍ଧନଗ୍ୟାସ ଓ ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥ ଦରବୃଦ୍ଧିର ପ୍ରତିବାଦ କରିବ କଂଗ୍ରେସ

ଭଦ୍ରକ, ୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପେଟ୍ରୋଲ, ଡିଜେଲ, ରନ୍ଧନଗ୍ୟାସ ଓ ନିତ୍ୟବହାର୍ଯ୍ୟ ପଦାର୍ଥର ଅହେତୁକ ଦରବୃଦ୍ଧିର ପ୍ରତିବାଦ କରିବ କଂଗ୍ରେସ । ହାଇକମାଣ୍ଡଙ୍କ ନିର୍ଦ୍ଦେଶ କ୍ରମେ ଆଗାମୀ ସାତ ତାରିଖରୁ ସତର ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଦିବସରେ କୋଭିଡ କଟକଣା ମଧ୍ୟରେ ଅଭିନବ ଉପାୟରେ ପ୍ରତିବାଦ କରାଯିବ । ସାତ ତାରିଖ ସକାଳ ଦଶଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ବ୍ଲକ ସମ୍ମୁଖରେ ଗଣଧାରଣା ଦିଆଯିବା ସହ ଘଣ୍ଟ, ଘଣ୍ଟା, ଝାଞ୍ଜ ବଜାଯାଇ ପ୍ରତିବାଦ କରାଯିବ । ନଅ ତାରିଖ ଦିନ ବ୍ଲକର ତେଇଶଟି ପଞ୍ଚାୟତକୁ ସାତୋଟି ୟୁନିଟ୍ ରେ ବିଭଗକ୍ତ କରାଯାଇ ପ୍ରତି ୟୁନିଟରୁ ଶହେ ସାଇକେଲ ପରିକ୍ରମାରେ ବାହାରି ଫ୍ଲାଗକାର୍ଡ ଜରିଆରେ ସରକାରଙ୍କ ବିଫଳତାକୁ ଲୋକଲୋଚନକୁ ଅଣାଯିବ । ସତର ତାରିଖ ଦିନ ସମସ୍ତ ପ୍ରେଟ୍ରେଲ ପମ୍ପରୁ ପେଟ୍ରୋଲ କ୍ରୟ କରୁଥିବା ବ୍ୟକ୍ତିଙ୍କ ସ୍ୱାକ୍ଷର ନିଆଯିବା ସହ ସେମାନଙ୍କ ପ୍ରତିକ୍ରିୟା ଲିପିବଦ୍ଧ କରାଯିବ । ବ୍ଲକର ଆଠହଜାର ପରିବାର ପାଖକୁ କଂଗ୍ରେସ କର୍ମୀମାନେ ଯାଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୁକାର୍ଯ୍ୟ ସମ୍ପର୍କରେ ସଚେତନ କରାଯିବାକୁ ନିଷ୍ପତ୍ତି ହୋଇଛି । ଏଥିପାଇଁ କଂଗ୍ରେସ କାର୍ଯ୍ୟାଳୟରେ ବ୍ଲକ କଂଗ୍ରେସ ସଭାପତି ରଜନୀକାନ୍ତ ଚନ୍ଦଙ୍କ ସଭାପତିତ୍ୱରେ ବୈଠକ ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଛି । ଏଥିରେ ଦଳର ଜିଲ୍ଲା ସଭାପତି ସୁବ୍ରତ ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୋଲକ ଚନ୍ଦ୍ର ବେହେରା, ପିତାମ୍ବର ନାୟକ, ନଟବର ରାଉଳ, ରମେଶ ଚନ୍ଦ୍ର ଭାରତୀ, ମନୋଜ କୁମାର ନାୟକ, ବିଜୟ ଶଙ୍କର ମହାନ୍ତି, ସୁବାସ କାଣ୍ଡି, ଧରିତ୍ରୀ ଯେନା, ଶ୍ୟାମସୁନ୍ଦର ମହାପାତ୍ର, ଟୁଟୁ ରାଉତ, ବିନୋଦ ପଲାଇ, ଖଗେଶ୍ୱର ସ୍ୱାଇଁ, ଅଭିମନ୍ୟୁ ବେହେରା, ଟୁକୁନା ପାତ୍ର, ବସନ୍ତ ରାଉତ, ପିତାମ୍ବର ଦାସ, କହ୍ନାଇ ପହି, ରଘୁନାଥ ବାରିକ, ରବିନାରାୟଣ ମହାପାତ୍ର ପ୍ରମୁଖ ବୈଠକରେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ରାଜ୍ୟ ଛାତ୍ର କଂଗ୍ରେସର ସଦ୍ୟ ନିଯୁକ୍ତ ସାଧାରଣ ସମ୍ପାଦକ ମାଳଦା ଅଞ୍ଚଳର ବିକ୍ରମ ସେନାପତିଙ୍କୁ ବୈଠକରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହାସହ ବିଜେଡି ଛାଡି କଂଗ୍ରେସରେ ଯୋଗଦେଇଥିବା ପାଟୁଳି ପଞ୍ଚାୟତର ଯୁବନେତା ସରୋଜ କୁମାର ଦତ୍ତଙ୍କୁ ଦଳ ପକ୍ଷରୁ ସ୍ୱାଗତ କରାଯାଇଥିଲା ।