Odiapua.com

ପେଟ୍ରୋଲ ଡିଜେଲ ରନ୍ଧନଗ୍ୟାସ ଦର ବୃଦ୍ଧି ବିରୋଧରେ କଂଗ୍ରସ ଦଳର ବିକ୍ଷୋଭ, ମନ୍ତ୍ରୀଙ୍କ କୁଶପୁତଳିକା ଦାହ

ମାଲକାନଗିରି,୧୧ ।୬ (ଓଡିଆ ପୁଅ ) ସମଗ୍ର ବିଶ୍ୱରେ କରୋନା ମହାମାରି ବ୍ୟାପିଥିବା ବେଳେ ଏହି ସମୟରେ କେନ୍ଦ୍ର ସରକାର ମନଇଛା ଭାବେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ଦରବୃଦ୍ଧି କରିଥିବାରୁ ମାଲକାନଗିରି ଜିଲ୍ଲା କଂଗ୍ରସେ ଦଳ ପକ୍ଷରୁ ଜିଲ୍ଲାସଦର ମହକୁମା ସହିତ ବିଭିନ୍ନ ବ୍ଲକରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଆଦିବାସୀ ଅଧ୍ୟୁଷିତ ମାଲକାନଗରି ଜିଲ୍ଲାରେ ପେଟ୍ରୋଲ ଲିଟର ପିଛା ୧୦୨ଟଙ୍କା ଡିଜେଲ ୧୦୦ଟଙ୍କା କୁ ବୃଦ୍ଧିପାଇଥିବାରୁ ମାଲକାନଗିରି ଜିଲ୍ଲା କଂଗ୍ରେସ କମିଟି ସଭାପତି ଗୋବିନ୍ଦ ଚନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ଜିଲ୍ଲା ସଦରମହକୁମା ଠାରେ ଥିବ ବିଭିନ୍ନ ପେଟ୍ରୋଲ ପମ୍ପ ଆଗରେ କଂଗ୍ରେସ କର୍ମୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଧାରଣାରେ ବସିଥିଲେ । ପରେ ଜିଲ୍ଲା ସଦର ମହକୁମା ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ କୁଶପୁତଳିକା ଦାହ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟାନ ମାନଙ୍କ ମଧ୍ୟରେ କଂଗ୍ରେସ ନେତା ରାମପ୍ରସାଦ ପଟନାୟକ,ଜି.ଶ୍ରୀ ନିବାସ ରାଓ, ଇର୍ମା ପଡିଆମି,ପି.କେଶୁ ରାଓ,ପଦ୍ମ ପାଙ୍ଗି, ପ୍ରାନ ମଣ୍ଡଳ ପ୍ରମୁଖ କଂଗ୍ରେସ ନେତା ଓ କର୍ମୀ ମାନେ ଧାରଣାରେ ବସିବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଅନୁରୁପ କାଲିମେଳା ବ୍ଲକ ଠାରେ ବ୍ଲକ ଚେୟାରମେନ ମାଲା ମାଢିଙ୍କ ନେତୃତ୍ୱରେ ଜ୍ୟୋତିଶ ମଣ୍ଡଳ,ସୁଲିନ ସେଠୀ, ବିକାଶ ମଲ୍କିକ,ଗଙ୍ଗା ମାଡି, ନିଳକଠଂ ପଟନାୟକ,ଶିବ ସାହୁ ପ୍ରମୁଖ କଂଗ୍ରେସ ନେତା ଓ କର୍ମୀ ମାନଙ୍କପକ୍ଷରୁ ବିଭିନ୍ନ ପେଟ୍ରୋଲ ପମ୍ପଆଗରେ ଧାରଣା ଦେବାସିତ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।