Odiapua.com

ପେଟ୍ରୋଲ ଡିଜେଲ ପରେ ଏବେ ସିଏନଜି ଉପରେ ମହଁଗା ମାଡ଼

ନୂଆ ଦିଲ୍ଲୀ ୬-୪ (ଓଡ଼ିଆ ପୁଅ) ପୁଣି ଆଜି ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ଦ୍ୱାରା କ୍ରମାଗତ ଭାବେ ପେଟ୍ରୋଲ ଏବଂ ଡିଜେଲ ଦର ପୁଣି ବୃଦ୍ଧି କରିଛନ୍ତି। ତେବେ ଆଜି ମଧ୍ୟ ତୈଳ ଦର ବୃଦ୍ଧିପାଇଛି। ଆଜି ଡିଜେଲର ମୂଲ୍ୟ ୮୦ ରୁ ୮୫ ପଇସା ବୃଦ୍ଧି ପାଇଥିବାବେଳେ ପେଟ୍ରୋଲର ମୂଲ୍ୟ ୮୦ ରୁ ୮୫ ପଇସା ବୃଦ୍ଧି ପାଇଛି। ଗତ ୧୬ ଦିନ ମଧ୍ୟରେ ୧୪ ଥର ଦର ବୃଦ୍ଧି ହୋଇଥିବା ବେଳେ ଆଜି ଇନ୍ଦ୍ରପ୍ରସ୍ଥ ଗ୍ୟାସ୍ ଲିମିଟେଡ୍ (ଆଇଜିଏଲ୍) ଦିଲ୍ଲୀରେ ସିଏନଜିର ମୂଲ୍ୟ ୨.୫ କିଲୋଗ୍ରାମ ପିଛା ବୃଦ୍ଧି କରି ୬୬.୬୧ ଟଙ୍କାକୁ ବୃଦ୍ଧି କରିଛି।

ତେବେ ଗାଜିଆବାଦ, ନୋଏଡା ଏବଂ ଗ୍ରେଟର ନୋଏଡା ଠାରେ ସିଏନଜିର ମୂଲ୍ୟ ୬୯.୧୮ ଟଙ୍କା କରାଯାଇଛି। ଗୁରୁଗ୍ରାମରେ ମୂଲ୍ୟ କିଲୋଗ୍ରାମରେ ୭୪.୯୪ ଟଙ୍କା ଧାର୍ଯ୍ୟ କରାଯାଇଛି।