Odiapua.com

ପେଟ୍ରୋଲ ଓ ଡିଜେଲ ଚାଳିତ କାର ଉପରେ ନୀତିନ ଗଡକରି କହିଲେ ଏହି

ନୂଆଦିଲ୍ଲୀ,୦୬/୦୯,(ଓଡ଼ିଆ ପୁଅ ପି ନାଏକ): ବ୍ୟାନ ହେବନି ପେଟ୍ରୋଲ ଓ ଡିଜେଲ କାର। ସରକାରଙ୍କର ସେଭଳି କୌଣସି ପ୍ରସ୍ତାବ ନାହିଁ ବୋଲି ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ। ଦେଶର ରପ୍ତାନୀ ଏବଂ ନିଯୁକ୍ତି କ୍ଷେତ୍ରରେ ଅଟୋ ମୋବାଇଲ ଶିଳ୍ପର ଅବଦାନ କେତେ ସେ ସଂପର୍କରେ ସରକାର ସଚେତନ ଅଛନ୍ତି। ୪ ଲକ୍ଷ ୫୦ ହଜାର କୋଟିର ଅଟୋମୋବାଇଲ କ୍ଷେତ୍ର ପର୍ଯ୍ୟାପ୍ତ ନିଯୁକ୍ତି ଦେଉଛି। ରପ୍ତାନୀ ମଧ୍ୟ ବୃଦ୍ଧି ପାଇଛି। କିନ୍ତୁ ସରକାର କିଛି ସମସ୍ୟାର ସାମ୍ନା କରୁଛନ୍ତି। ଅଶୋଧିତ ତୈଳ ଆମଦାନୀ, ପ୍ରଦୂଷଣ ଓ ସଡ଼କ ସୁରକ୍ଷା। ପ୍ରଦୂଷଣ ଚିନ୍ତାଜନକ ସ୍ଥିତିରେ ରହିଛି ବୋଲି କହିଛନ୍ତି ଗଡ଼କରୀ।