Odiapua.com

ପେଟପାଇଁ ୬ମାସର ଶିଶୁକୁ କାଖରେ ଧରି ୫୦୦କିଲୋମିଟ ଚାଲିଲେ ଗରିବ ଆଦିବାସୀ ଦମ୍ପତି

ମାଲକାନଗିରି,୫ା୧(ଓଡିଆ ପୁଅ ) ପେଟ ଚାଖଣ୍ଡକ ପାଇଁ ଗାଁ ଛାଡି ସୁଦୁର ଆନ୍ଦ୍ରପ୍ରଦେଶ ହାଇଦ୍ରାବାଦକୁ ଦାଦନଖଟିବାକୁ ଯାଇଥିବା ଏକ ଗରିବ ଆଦିବାସୀ ଦମ୍ପତି ସେଠାରେ ନିର୍ଯ୍ୟାତିତ ହୋଇ ଦୀର୍ଘ୫୦୦ କିଲୋମିଟ ରାସ୍ତା ଚାଲି ଚାଲି ଫେରିଛନ୍ତି ନିଜ ଘରକୁ । ଏପରି ଦୃଶ୍ୟଦେଖିବାକୁ ମିଳିଥିଲା ମାଲକାନଗିରି ଜିଲ୍ଲା ଖଇରପୁଟ ବଜାରରେ । ସୋମବାର ଅପରାହ୍ନରେ ଜଣେ ସ୍ତ୍ରୀ ଲୋକ କାଖରେ ଏକ ୬ମାସର ଛୁଆକୁ କାଖେଇ ଥିବା ବଳେ ଜଣେ ପରୁଷ ଲୋକ କାନ୍ଧରେ ଏକ ଅଖା ବସ୍ତା ଓ ବ୍ୟାଗ ରେ କିଛି ନିତ୍ୟବ୍ୟବହାର ସାମଗ୍ରୀ ଧରି ଚାଲୁଥିବାର ଦେଖିବାକୁ ମିଳିଥିଲା । ଏହି ଦମ୍ପତି ଥକା ହୋଇ ଏକ ଦୋକାନରେ ବସି ପଡିଥିଲେ, ସେମାନଙ୍କ ପେଟ ଭୋକରେ ଆଉଟୁପାଉଟୁ ହେବାରୁ ଦୋକିନକୁ ପାଣିପିଇବା ପାଇଁ ମାଗିଥିଲେ,ଏମାନଙ୍କ ଭୋକର ଆତୁରତାକୁ ସେଠାରେ ଥିବା ଜଣେ ସମାଜସେବୀ ଯୁବକ ଆନନ୍ଦ ଚାରିକି ଜାଣିପାରି ଦୋକାନରୁ କିଛି ଜଳଖିଆ ଖାଇବାକରୁ ଦେଇଥିଲେ ।ଏହି ଦମ୍ପତି ଖାଇସାରିଲା ପରେ ଯୁବକକୁ ଧନ୍ୟବାଦ ଜଣାଇ ପୁଣି ଚାଲିବାକୁ ଆରମ୍ଭ କରିଥିଲେ । କେଉଁଠାରୁ ଆସିଲେ କେଉଁଠିକୁ ଯିବ ବୋଲି ଆନନ୍ଦ ସେମାନଙ୍କୁ ପଚାରିବାରୁ ଏହି ଦମ୍ପତି ସେମାନଙ୍କ କରୁଣକାହାଣୀ କହିଥିଲେ । ଏହି ଦମ୍ପିତି ହେଲେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ଗ୍ରାମର ଲକ୍ଷମଣ ପୁଜାରୀ ଓ ତାଙ୍କ ପତ୍ନୀ ପଦ୍ମାପୁଜାରୀ ଗତ୮ବର୍ଷତଳେ ଏକ ଦଲାଲ ବାହୁବଡରେ ପଡି ନିଜପେଟ ଚାଖଣ୍ଡକ ପାଇଁ ସୁଦୁର ଆନ୍ଦ୍ରପ୍ରଦେଶ ହାଇଦ୍ରାବାଦକୁ ଦାଦନ ଖଟିବାକୁ ଚାଲିଯାଇଥିଲେ । ସେଠାରେ ଏକ ଗୃହନିର୍ମାଣ ସଂସ୍ଥାରେ କାମକରି ଜେଣ ତେଣ ଚଳି ଯାଉଥିଲେ ।କରୋନା ମାହାମାରି ପାଇଁ ସେଠାରେ କମାବନ୍ଦ ହୋଇଗଲା ।ପଇସା ପତ୍ର ଅଭାବରୁ ନିଜ ଘରକୁ ଫେରିପାରି ନଥିଲେ । ଦଲାଲ ଜଣଙ୍କ ଏହି ଦମ୍ପତିଙ୍କୁ ଆଉ ଏକ ମାଲିକ ନିକଟରେ କାମକରିବା ପାଇଁ ପଠାଇଦେଇଥିଲେ । ସେଠାରେ କମ୍ପାନି ମାଲିକ କେବଳ ଖାଇବା ଓ ରହିବାର ବ୍ୟବସ୍ଥା କରିବା ବ୍ୟତିତ ସେମାନଙ୍କୁ କିଛି ମଜୂରୀ ଦେଉନଥିଲେ । ଖାଇ ପିଇ ସେଠାରେ ଏହି ଦମ୍ପତି କାମକରୁଥିଲେ । ପରେ ସେହି ଦଲାଲ ଜଣଙ୍କ ଅନ୍ୟଏକ ମାଲିକଠାରୁ ଟଙ୍କା ଆଣି ଏହି ଦମ୍ପତିଙ୍କୁ ବିକ୍ରୀକରିଦେଇଥିବାର ଖବର ପାଇ ଲକ୍ଷ୍‌ମଣ ଓ ତାଙ୍କ ପତ୍ନୀ ୬ମାସର ଶିଶୁକୁ ଧରି କୌଶଳ କ୍ରମେ ହାଇଦ୍ରାବାଦରୁ ଗତ ୪ମାସତଳେ ଖସି ପଳାଇଆସିଥିଲେ । ପାଖରେ ଟଙ୍କା ପଇସା ନଥିବାରୁ ନିଜଗାଁ କୁ ଫେରୁଥିଲେ । ବିଭିନ୍ନ ସ୍ଥାନରେ ରହି ରହି ମାଗିଯାଚି ଖାଇ ସେମାନେ ଦୀର୍ଘ୫୦୦ କିଲୋମିଟର ରାସ୍ତା୪ମାସ ଧରି ଚାଲି ଚାଲି ମାଲକାନଗିରି ଖଇରପୁଟ ବଜାର ଠାରେ କାଲି ପହଁଚିଥିବାର ଏହି ଦମ୍ପତି କହିଛନ୍ତି । ସମାଜସେବୀ ସେମାନଙ୍କ ଠାରୁ ଦୁଃଖ କାହାଣୀ ସୁଣିବା ପରେ ସେମାନଙ୍କୁ କିଛି ଟଙ୍କା ଦେବାସହିତ ଏକ ବସରେ ସେମାନଙ୍କୁ ବୋରିଗୁମ୍ମା କୁ ଗତ କାଲି ସନ୍ଧ୍ୟାରେ ପଠାଇଦେଇଥିବାର ଜଣାପଡିଛି ।