Odiapua.com

ପୃଥିବୀର ସବୁଠାରୁ ଅପରିଷ୍କାର ବ୍ୟକ୍ତି : ୬୭ ବର୍ଷ ଧରି ଗୋଧାଇ ନାହିଁ, ଆଶ୍ଚର୍ଯ୍ୟଜନକ କଥା ହେଉଛି, ସମ୍ପୂର୍ଣ୍ଣ ନିରୋଗ ଏବଂ ସୁସ୍ଥ!

ନୂଆ ଦିଲ୍ଲୀ ୨୧-୧ (ଓଡ଼ିଆ ପୁଅ) ମଣିଷ ୬୭ ବର୍ଷ ହୋବ ଗୋଧୋଇ ନାହିଁ! କିନ୍ତୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଦଶନ୍ଧି ଧରି ନ ଗାଧୋଇବା ସତ୍ତ୍ୱେ ବ୍ୟକ୍ତିର କୌଣସି ରୋଗ ହୋଇ ନାହିଁ। ସେ ସମ୍ପୂର୍ଣ୍ଣ ସୁସ୍ଥ!

ଅଧିକାଂଶ ଲୋକ ପ୍ରତିଦିନ ଗାଧୋଇବା ଉପରେ ବିସ୍ୱାସ କରନ୍ତି। ଡାକ୍ତରମାନେ ମଧ୍ୟ ପରାମର୍ଶ ଦିଅନ୍ତି ଯେ ଯଦି ଆପଣ ପ୍ରତିଦିନ ସ୍ନାନ କଲେ, ଆପଣଙ୍କୁ ଅନେକ ରୋଗରୁ ରକ୍ଷା ମିଳିଥାଏ। କିନ୍ତୁ ଏପରି ଏକ ଅଜବ କଥା ଏବେ ଦୁନିଆ ସାମ୍ନାକୁ ଆସିଛିଯେ, ଏପରି ଜଣେ ବ୍ୟକ୍ତି ଅଛନ୍ତି ଯିଏ ଗତ ୬୭ ବର୍ଷ ଧରି ଗାଧୋଇ ନାହାଁନ୍ତି। ଲୋକମାନେ ଏହି ବ୍ୟକ୍ତିଙ୍କୁ ଦୁନିଆର ସବୁଠାରୁ ଅପରିଷ୍କାର ଏବଂ ଘୃଣ୍ୟ ବ୍ୟକ୍ତି ବୋଲି କହୁଛନ୍ତି।

ଦି ସନ୍ ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଦୁନିଆର ଏହି ଅପରିଷ୍କାର ବ୍ୟକ୍ତିଙ୍କ ନାମ ଆମୋ ଜାଜି। ଏହାର ବୟସ ପ୍ରାୟ ୮୭ ବର୍ଷ। ଆମୋ ଜାଜି ଇରାନର ଦେଜଗା ଗ୍ରାମରେ ରୁହନ୍ତି। ଆଜିଠାରୁ ପ୍ରାୟ ୬୭ ବର୍ଷ ପୂର୍ବେ ଆମୋ ଜାଜି ୨୦ ବର୍ଷ ବୟସରେ ଶେଷ ଥର ପାଇଁ ସ୍ନାନ କରିଥିଲେ।

ଆଶ୍ଚର୍ଯ୍ୟର କଥା, ଗତ ୬୭ ବର୍ଷ ଧରି ନ ଗାଧୋଇବା ସତ୍ତ୍ୱେ ଆମୋ ଜାଜି ସୁସ୍ଥ ଅଛନ୍ତି। ଡାକ୍ତରମାନେ ଆମୋ ଜାଜିର ଅନେକ ପରୀକ୍ଷା କରିଛନ୍ତି, ଯେଉଁଥିରେ ସେ ସୁସ୍ଥ ଥିବା ଦେଖିବାକୁ ମିଳିଥିଲା। ତାଙ୍କର କୌଣସି ରୋଗ ନାହିଁ।

ସ୍ନାନ ନ କରିବାର କାରଣ?

୬୭ ବର୍ଷ ଧରି ସ୍ନାନ ନକରିବାକୁ ଦାବି କରୁଥିବା ଆମୋ ଜାଜି କହିଛନ୍ତି ଯେ ଗାଧୋଇବା ତାଙ୍କ ପାଇଁ ଅଶୁଭ ପ୍ରମାଣିତ ହେବ ଏବଂ ସେ ମରିଯିବେ।

କେବଳ ଗାଧୋଇବା କ୍ଷେତ୍ରରେ ଅପରିଷ୍କାର ନୁହଁନ୍ତି ଅନ୍ୟ କ୍ଷେତ୍ରରେ ମଧ୍ୟ

ସୂଚନା ଅନୁଯାୟୀ, ଆମୋ ଜାଜି କେବଳ ଗାଧୋଇବାରେ ଅପରିଷ୍କାର ନୁହଁନ୍ତି। ସେ ରାସ୍ତାରେ ମୃତ ପଶୁମାନଙ୍କୁ ଖାଆନ୍ତି। ଏହା ବ୍ୟତୀତ ସେ ନଳା ପାଣି ମଧ୍ୟ ପିଅନ୍ତି।

ସୂଚନାଯୋଗ୍ୟ ଯେ, ଆମୋ ଜାଜିଙ୍କ ଅନନ୍ୟ ଜୀବନଶୈଳୀ ହେତୁ ତାଙ୍କର କୌଣସି ବନ୍ଧୁ ନାହାଁନ୍ତି। କେହି ବି ତାଙ୍କୁ ତାଙ୍କ ନିକଟକୁ ଆସନ୍ତି ନାହିଁ। କିନ୍ତୁ ଆମୋ ଜାଜି ଆଜିକାଲି ବୈଜ୍ଞାନିକମାନଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି। ବୈଜ୍ଞାନିକମାନେ ଆମୋ ଜାଜିଙ୍କ ଉପରେ ଗବେଷଣା କରୁଛନ୍ତି।