Odiapua.com

ପୃଥକ ପୃଥକ ଦୁଇଟି ଦୁର୍ଘଟଣା – ଦୁଇ ଦୁଇଟି ଟ୍ରକ ଧକ୍କାରେ ଜଣେ ମୃତ ଓ ଜଣେ ଗୁରୁତର

କୋରେଇ ୩-୭ (ଓଡ଼ିଆ ପୁଅ/ଭାସ୍କର ସାହୁ) ପାଣିକୋଇଲି ଥାନା ଏନ୍‌ଏଚ୍‌୧୬ ସଠିପୁର ଆନ୍ଧ୍ର ବ୍ୟାଙ୍କ ନିକଟରେ ଆଜି ସକାଳ ୮ଟା ସମୟରେ ଏକ ସିମେଂଟ ବୋଝେଇ ଟ୍ରକ(ଓଆର୦୯ଏ୩୬୯୧) ଏକ ସ୍କୁଟି(ଓଡି୨୧ଜି୬୮୭୩)କୁ ପଛପଟୁ ଧକ୍କାଦେବା ଫଳରେ ସ୍କୁଟି ଚାଳକ କେଉଁଝର ଜିଲ୍ଲା, ନନ୍ଦିପଦା ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ଜଗନ୍ନାଥ ଦୋରାଙ୍କ ପୁଅ ବାଳକୃର୍ଷ୍ଣ(୬୪) ଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।ସେ ବନ୍ଧୁଘର ଜାରକା ରୁ ସଠିପୁର ରାସ୍ତା ଦେଇ ନିଜ ଗ୍ରାମକୁ ଫେରୁଥିଲେ। ଘଟଣାସ୍ଥଳରେ ପାଣିକୋଇଲି ପୁଲିସି ପହଂଚି ମୃତ ଦେହକୁ ଉଦ୍ଧାରକରି ଶବବ୍ୟବଛେଦ ପାଇଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହିତ ଟ୍ରକ ଓ ସ୍କୁଟିକୁ ଜବତ କରିଛି। ଅନ୍ୟ ଏକ ଦୁର୍ଘଟଣା ଆଜି ଦିନ ୧୨ଟା ସମୟରେ ଏହି ଥାନା ଏନ୍‌ଏଚ୍‌୧୬ର ପଥରପଦା ନିକଟରେ ଘଟିଛି। ଏକ ଅଜଣା ଟ୍ରକ ଏକ ସ୍କୁଟି(ଓଆର୦୪ଜେ୮୮୭୪) କୁ ଫଛରୁ ଜୋରରେ ଧକ୍କାଦେଇ ଚମ୍ପଟ ମାରିଥିଲା। ଧକ୍କାରେ ସ୍କୁଟି ଚାଳକ କୁଆଖିଆ ଥାନା ପଇଡାବାଦ ଗ୍ରାମର ସ୍ୱର୍ଗତଃ ଶ୍ରୀଧର ସାହୁଙ୍କ ପୁଅ ଶୁସାନ୍ତ (୫୦) ଭାରସାମ୍ୟ ହରାଇ ଗାଡିରୁ ଛିଟିକି ପଡି ଗୁରୁତର ଆହାତ ହୋଇଥିଲେ। ସେ ଭଦ୍ରକରୁ ପାଣିକୋଇଲି ଅଭିମୁଖେ ଆସୁଥିଲେ। ତାଙ୍କ ମୁଣ୍ଡ ପଛପଟ ରେ ଜୋର ରେ ମାଡ ହୋଇଥିବାରୁ ତାଙ୍କର ଚେତା ଫେରିନଥିଲା।ତୁରନ୍ତ ପୁଲିସ ପହଂଚି ଗୁରୁତର ଆହାତ ଶୁସାନ୍ତଙ୍କୁ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। କିନ୍ତୁ ସେଠାରେ ଚିକିତ୍ସା ପରେ ସ୍ୱାସ୍ଥ୍ୟ ଅବସ୍ଥାରେ ଅବନତି ଘଟିବାରୁ ଡାକ୍ତର ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରିଛନ୍ତି।