Odiapua.com

ପୃଥକ୍ ପୃଥକ୍ ସ୍ଥାନରେ ପାଣିରେ ବୁଡି ୨ ଯୁବକଙ୍କ ମୃତ୍ୟୁ

ଭଦ୍ରକ, ୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୃଥକ୍ ପୃଥକ୍ ସ୍ଥାନରେ ପାଣିରେ ବୁଡି ଦୁଇ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଏମିତି ଏକ ଅଘଟଣ ଘଟିଛି ଭଦ୍ରକ ଜିଲାରେ। ସୂଚନା ଅନୁସାରେ ଭଦ୍ରକ ଜିଲାର ଧୁଷୁରୀ ଥାନା ଅଧୀନସ୍ଥ ଆରଡି ଓ ପଦ୍ମପୁର ପଂଚାୟତର ସରତରପୁର ଗାଁରେ ଏହି ଅଘଟଣ ଘଟିଛି। ପଦ୍ମପୁର ପଂଚାୟତ ସରତରପୁର ଗ୍ରାମର ୨୨ ବର୍ଷିୟ ଯୁବକ ଦୀପକ ଦଳେଇକୁ ଗାଁ ନିକଟ ଏକ ଗାଡିଆରୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଭଦ୍ରକ ମେଡିକାଲକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଅନୁରୂପ ଆରଡି ଗ୍ରାମର ୧୬ ବର୍ଷିୟ ଯୁବକ ଜଗନ୍ନାଥ ପାଢୀ ଗାଁ ନିକଟ ଏକ ଗାଡିଆକୁ ଗାଧୋଇବାକୁ ଯାଇଥିବାବେଳେ ପାଣିରେ ବୁଡିଯାଇଥିଲେ। ପରେ ତାଙ୍କୁ ଉଦ୍ଧାର କରି ଭଦ୍ରକ ମେଡିକାଲକୁ ଅଣାଯାଇଥିଲା। ଭଦ୍ରକ ଜିଲା ମୁଖ୍ୟ ଡାକ୍ତରଖାନାରେ ତାଙ୍କୁ ମଧ୍ୟ ମୃତ ଘୋଷଣା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।