Odiapua.com

ପୂର୍ବ ଶତ୍ରୁତାରୁ ଦୁଇ ଭାଇଙ୍କୁ ମାଡ, ଥାନାରେ ମାମଲା

ଯାଜପୁର୧୯ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କୋରାଇ ଥାନା ଅନ୍ତର୍ଗତ ତଳଗଡ ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଭାଇ ଦୋକାନକୁ ଯାଇଥିବା ବେଳେ ସେମାନଙ୍କୁ ମାଡ ମାରିବା ନେଇ ଥାନାରେ ଅଭିଯୋଗ ହୋଇଛି। ଏ ନେଇ ଏକ ମାମଲା ୨୬୧/୧୯ରୁଜ୍ଜୁ ହେବା ସହ ତଦନ୍ତ ଜାରି ରହିଛି। ପ୍ରକାଶଯେ ତଳଗଡ ଗ୍ରାମର ପ୍ରଫୁଲ୍ଲ ଜେନାଙ୍କ ସ୍ତ୍ରୀ କନକଙ୍କ ଅଭିଯୋଗ ମୁତାବକ ଗାଁ ଦୋକାନକୁ ତାଙ୍କ ଦୁଇ ପୁତୁରା ଅଶିଷ ଓ ଶ୍ରୀଧର ଯାଇଥିଲେ। ସେଠାରେ ଜିନିଷ କିଣୁଥିବା ବେଳେ ତାଙ୍କ ଗ୍ରାମର ବିରଂଚି ରାଉତଙ୍କ ପୁଅ ବିକାଶ ସେଠାରେ ପହଁଚି ଗାଳିଗୁଲଜ କଲା। ଶ୍ରୀଧର ଏହାର ପ୍ରତିବାଦ କରିବାରୁ ତାକୁ ମଧ୍ୟ ଗାଳିକରି ଦୋକାନ ନିକଟରୁ ଏକ ବାଉଁଶ ଆଣି ମୁଣ୍ଡକୁ ପିଟି ଦେବାକୁ ଉଦ୍ୟମ କରୁଥିବା ବେଳେ ତାହା ମୁଣ୍ଡରେ ନବାଜି ତାର ହାତରେ ବାଜିବାରୁ ହାତ ଭାଙ୍ଗି ଯାଇଥିଲା। ଆଶିଷ କଣ ପାଇ ମାରିଲ ବୋଲି ପଂଚାରିବାରୁ ତାକୁ ମଧ୍ୟ ମାଡ ମାରିଥିଲା। ଫଳରେ ଶ୍ରୀଧର ଓ ଆଶିଷ ଆହତ ହୋଇଛନ୍ତି। କନକ ପାଟି ଶୁଣି ସେଠାରେ ପହଂଚିବାରୁ ତାକୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲା। ଫଳରେ ତାଙ୍କ ପରିବାର ପ୍ରତି ବିପଦ ଥିବା ନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି କନକ। ପୁଲିସ ଏନେଇ ମାମଲା ରୁଜ୍ଜୁ ହୋଇ ତଦନ୍ତ ଜାରି ରହିଛି।