Odiapua.com

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଘର ଓ ଗାଡିରେ ନିଆଁ ଲଗେଇ ଦୁଇ ଗିରଫ

ଟିଟିଲାଗଡ଼ ୭-୧୦ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଟିଟିଲାଗଡ଼ ସବ ଡିଭିଜନ ଅନ୍ତର୍ଗତ ମାଲିସିରା ଗ୍ରାମ ରେ ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଏକ ଗାଡି କୁ ଜାଳି ଦେଇ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଛି। ପ୍ରକାଶ ଯେ ମୁରିବାହାଲ ଥାନା ଅନ୍ତର୍ଗତ ସୁଖନାଭଟା ଗ୍ରାମର ସୁର୍ଯ୍ୟଭାନ ବାଗ ଓ ସୁରଥ ବାଗ ଙ୍କ ସହ ସମ୍ପର୍କୀୟ ମଲେସିରା ଗ୍ରାମ ନିବାସୀ ଜିତେନ୍ଦ୍ର ବଗର୍ତ୍ତି ଙ୍କ ସହ କିଛି ଦିନ ପୂର୍ବରୁ ଗଣ୍ଡଗୋଳ ହୋଇଥିଲା। ଏହି ଗଣ୍ଡଗୋଳ ନେଇ ମୁରିବାହଲ ଥାନା ରେ ଅଭିଯୋଗ ହୋଇଥିଲା ଓ ପୋଲିସ ଆପୋଷ ବୁଝାବଣା କରି ସମାଧାନ କରି ଉଭୟ ଙ୍କୁ ଛାଡି ଦେଇଥିଲା। ହେଲେ ଆମ ନାଁ ରେ ତୁ ଥାନା ରେ ଅଭିଯୋଗ କାହିଁକି କଲୁ କହି ଜିତେନ୍ଦ୍ର ଙ୍କୁ ଘର ସହ ପୋଡି ମାରି ଦେବୁ କହି ଧମକ ଦେଇଥିବା ବେଳେ ସେହି ଦୁଇ ଜଣ ଜିତେନ୍ଦ୍ର ଙ୍କ ଘରକୁ ଆସି ବାହାରୁ କବାଟ ବନ୍ଦ କରି ବାହାରେ ଥିବା ଏକ ପୁଲସର ଗାଡି ଓ ଘରେ ନିଆଁ ଲଗାଇ ଫେରାର ହୋଇଯାଇଥିଲେ। ତେବେ ଉକ୍ତ ଗାଡି ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଗ୍ରାମ ର କିଛି ଲୋକେ ଜିତେନ୍ଦ୍ର ଓ ପରିବାର ଲୋକ ଙ୍କୁ ଉଦ୍ଧାର କରିଥିଲେ। ଘରର ଅନ୍ୟ ଜିନିଷ ପତ୍ର ପୋଡି ଯାଇଥିବା ବେଳେ ମୁରିବାହଲ ପୋଲିସ ଅଭିଯୁକ୍ତ ସୂର୍ଯ୍ୟଭାନ ବାଗ ଓ ସୁରଥ ବାଗ ଙ୍କୁ ଗିରଫ କରିଥିବା ବେଳେ ସୂର୍ଯ୍ୟଭାନ ନିଜ ଦୋଷ ସ୍ୱୀକାର କରିଛନ୍ତି। ପୋଲିସ ଏ ନେଇ ମାମଲା ଦାୟର କରି ଅଧିକ ତଦନ୍ତ ଜାରି ଥିବା ସୂଚନା ଦେଇଛନ୍ତି।