Odiapua.com

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମାଆ ପୁଅଙ୍କୁ ଆକ୍ରମଣ, ଜଣେ ଗୁରୁତର

ବଲାଙ୍ଗୀର, ୧୩-୦୬ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ ଥାନା ଅନ୍ତର୍ଗତ ଅନ୍ତର୍ଲା ଗ୍ରାମରେ ପୂର୍ବରୁ ଶତ୍ରୁତା ରଖିଥିବା ଦେବଚନ୍ଦ୍ର ବାଗ(ବ-୪୦) ନାମକ ଜଣେ ବ୍ୟକ୍ତି ଉକ୍ତ ଗ୍ରାମର ହେମାଞ୍ଚଳ ବାଗ (୪୮) ଓ ତାଙ୍କ ମାଆ ବ୍ରାହ୍ମଣୀ ବାଗ (୮୦) କୁ ମରଣାନ୍ତକ ଆକ୍ରମଣ କରିଥିବା ଟିଟିଲାଗଡ ଥାନା ରେ ଏକ ମାମଲା ଦାୟର କରି ତଦନ୍ତ ଆରମ୍ଭ କରାଯାଇ ଥିବା ସୂଚନା ମିଳିଛି। ପ୍ରକାଶ ଯେ, ୧୩ ତାରିଖ ରବିବାର ସକାଳ ପ୍ରାୟ ୬ ଘଣ୍ଟା ସମୟରେ ଗୁରୁତର ଆହତ ହୋଇ ଟିଟିଲାଗଡ ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସାଧୀନ ଥିବା ହେମାଞ୍ଚଳ ବାଗ ଙ୍କ ବୃଦ୍ଧା ମାଆ ବ୍ରାହ୍ମଣୀ ବାଗ ଙ୍କୁ ପୂର୍ବ ଶତ୍ରୁତା କ୍ରମେ ତାଙ୍କ ଘର ନିକଟରେ ଉକ୍ତ ଦେବଚନ୍ଦ୍ର ଏକ ଠେଙ୍ଗା ରେ ଆକ୍ରମଣ କରିବା ଦେଖି ହେମାଞ୍ଚଳ ଆସି ଛଡେଇବା କୁ ଉଦ୍ୟମ କରିଥିବା ବେଳେ ତାଙ୍କୁ ଆକ୍ରମଣ କରି ଗୁରୁତର ଭାବେ ରକ୍ତାକ୍ତ କରି ଛାଡି ଦେଇ ଚାଲିଯାଇ ଥିଲା। ପରେ ପରିବାର ଲୋକେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଟିଟିଲାଗଡ ଡାକ୍ତରଖାନାରେ ଭର୍ତ୍ତି କରେଇଥିଲେ। ଉକ୍ତ ବୃଦ୍ଧା ଓ ତାଙ୍କ ପୁଅ ହେମାଞ୍ଚଳ ଗୁରୁତର ଆହତ ହୋଇଥିବା ବେଳେ ହେମଞ୍ଚଳ ଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବାରୁ ତାଙ୍କୁ ଡ଼ାକ୍ତର ବଲାଙ୍ଗୀର ମ୍ୟାଡିକାଲ କଲେଜ ଡାକ୍ତରଖାନା କୁ ସ୍ଥାନାନ୍ତର ପରାମର୍ଶ ଦେଇଛନ୍ତି। ଏ ନେଇ ଗ୍ରାମରେ ଉତେଜନା ପ୍ରକାଶ ପାଇଥିବା ବେଳେ ଉକ୍ତ ଅଭିଯୁକ୍ତ ଏପରି ପୂର୍ବରୁ ବାରମ୍ବାର ଗଣ୍ଡଗୋଳ କରି ଆସୁଥିବା ଅଭିଯୋଗ କରି ଅଭିଯୁକ୍ତ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି।