Odiapua.com

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗଣେଶ ଭସାଣିରେ ମରଣାନ୍ତକ ଆକ୍ରମଣ, ଅଭିଯୁକ୍ତକୁ ଗିରଫ କରୁନାହିଁ ପୁଲିସ୍‌, ନ୍ୟାୟ ନମିଳିଲେ ଅନଶନ ଚେତାବନୀ

?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୧୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗଣେଶ ଭସାଣିରେ ପ୍ରଶାସନ ପକ୍ଷରୁ ଅଂକୁଶ ଜାରି ହୋଇଥିବା ଡିଜେ ବଜାଇବାକୁ ନେଇ ଏହି ଜିଲାର ଧୁଷୁରୀ ଥାନା ଅଧୀନସ୍ଥ ଅସୁରାଳିର ବକ୍ସି ପାଟଣା ଗ୍ରାମରେ ଜଣେ ଯୁବକ ଅପରପକ୍ଷଙ୍କ ମରଣାନ୍ତକ ଆକ୍ରମଣରେ ଗୁରୁତର ହୋଇ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଏ ସଂପର୍କରେ ଧୁଷୁରୀ ଥାନାରେ ଗତକାଲି ବିଳମ୍ବିତ ରାତିରୁ ଆକ୍ରମଣର ଶୀକାର ହୋଇଥିବା ଯୁବକଙ୍କ ପକ୍ଷରୁ ଅଭିଯୋଗ କରାଯାଇଥିଲେ ମଧ୍ୟ ଆଜି ଏହି ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଧୁଷୁରୀ ଥାନା ପୁଲିସ୍ ଆକ୍ରମଣକାରୀଙ୍କୁ ଘଂଟ ଘୋଡାଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ପ୍ରତିବାଦରେ ଗୁରୁତର ଯୁବକଙ୍କ ପରିବାର ପକ୍ଷରୁ ଥାନାରେ ବସିରହିଛନ୍ତି। ଏ ସଂପର୍କରେ ଯୁବକର ଦାଦା ଦିଜେନ୍ଦ୍ର କୁମାର ସାହୁ ଗଣମାଧ୍ୟମକୁ ଦେଇଥିବା ତଥ୍ୟ ଅନୁସାରେ ବକ୍ସି ପାଟଣା ଗ୍ରାମନିବାସୀ ଇନ୍ଦ୍ରମଣି ସାହୁଙ୍କ ପୁତ୍ର ସୁଶାନ୍ତ ଗ୍ରାମରେ ଥିବା ନିଜ ଦୋକାନରେ ବସିଥିବାବେଳେ ଗ୍ରାମର ଗଣେଶ ପୂଜା ଭସାଣି ଉତ୍ସବ ଚାଲିଥିଲା। ତେବେ ପ୍ରଶାସନ ପକ୍ଷରୁ ଡିଜେ ବାଜିବା ଉପରେ ଅଂକୁଶ ଜାରି ହୋଇଥିଲେ ମଧ୍ୟ ଭସାଣି ଯୁବକଙ୍କ ପକ୍ଷରୁ ପୁଲିସ୍‌କୁ ହାତକରି ସେମାନଙ୍କ ଉପସ୍ଥିତିରେ ୪-୫ଟି ଡିଜେ ବଜାଇ ଗ୍ରାମମଧ୍ୟରେ ପ୍ରୋସେସନ ନେଇଥିଲେ। ଡିଜେ ଗୁଡିକର ବିକଟାଳ ଶବ୍ଦରେ ଗ୍ରାମବାସୀମାନେ ଶାନ୍ତିରେ ଶୋଇପାରିନଥିଲେ। ସେତେବେଳେ ଆକ୍ରମଣର ଶୀକାର ହୋଇଥିବା ଯୁବକ ଜଣକ ନିଜ ଦୋକାନ ବନ୍ଦ କରି ବସିଥିବାବେଳେ ଡିଜେ ବାଜିବାକୁ ନେଇ ମନ୍ତବ୍ୟ ଦେଇଥିଲେ। ଏହି ଘଟଣାରେ ପୂର୍ବରୁ ଆକ୍ରୋଶ ଥିବା ସ୍ଥାନୀୟ ସରପଂଚ ମିନତୀ ସାହୁଙ୍କ ପୁତ୍ର ସୁରଜ ତାର କେତେକ ସହଯୋଗୀଙ୍କୁ ନେଇ ବିଭିନ୍ନ ମାରଣାସ୍ତ୍ରରେ ଯୁବକ ଉପରେ ମରଣାନ୍ତକ ଆକ୍ରମଣ କରିଥିଲା। ଫଳରେ ତାକୁ ଗୁରୁତର ଅବସ୍ଥାରେ ଭସାଣିରେ ଥିବା ପୁଲିସ୍ ଉଦ୍ଧାର କରି ଧୁଷୁରୀ ଡାକ୍ତରଖାନାକୁ ନେବାପରେ ଅବସ୍ଥା ସଂକଟାପନ୍ନ ଦେଖି ଡାକ୍ତରମାନେ ଭଦ୍ରକ ସ୍ଥାନାନ୍ତର କରିଥିଲେ। ଏହି ଘଟଣାରେ ଯୁବକଙ୍କ ପକ୍ଷରୁ ଧୁଷୁରୀ ଥାନାରେ ରାତି ପ୍ରାୟ ୧୨ ଟାରୁ ଅଭିଯୋଗ ପତ୍ର ଦିଆଯାଇଥିଲେ ମଧ୍ୟ ଥାନାଧିକାରୀ ଏହି ରିପୋର୍ଟ ଆଜି ରାତି ୮.୩୦ ଲେଖାଯିବା ପର୍ଯ୍ୟନ୍ତ ରୁଜୁ ନକରିବା ଘଟଣା ପୁଲିସ୍‌ର ନିରପେକ୍ଷତା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିଛି। ତେବେ ଯୁବକଙ୍କ ପରିବାର ଲୋକେ ଏହି ଘଟଣାରେ ସେମାନଙ୍କୁ ଉପଯୁକ୍ତ ନ୍ୟାୟ ନମିଳିଲେ ଜିଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିବେ ବୋଲି ଚେତାବନୀ ଦେଇଛନ୍ତି।