Odiapua.com

ପୂର୍ବ ଶତୃତାକୁ କେନ୍ଦ୍ରକରି ସଂଘବଦ୍ଧ ଆକ୍ରମଣ, ୭ଗୁରୁତର, ୨ଗିରଫ

ଭଦ୍ରକ, ୧୬ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ ଗୋଡ଼ିପୋଖରୀ ଗ୍ରାମର ଗୋଚର ଜମିକୁ ଜବରଦଖଲ ଓ ପୂର୍ବ ଶତୃତାକୁ କେନ୍ଦ୍ରକରି ଗୋଡ଼ିପୋଖରୀ ବଜାର ଉପରେ ସଂଗବଦ୍ଧ ଭାବେ ଆକ୍ରମଣରେ ୫ଜଣ ଗୁରୁତର ଆହତ ହେବା ସହିତ ଜଣେ କଟକ ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାରୁ ପ୍ରକାଶ ଯେ ଗୋଡ଼ିପୋଖରୀ ଠାରେ ଏକ ଗୋଚର ଜମି ନିକଟରେ ଥିବା ଏକ ଚାଷ ଜମିକୁୁ ମୀର ମଙ୍ଗି ଓ ତାଙ୍କ ପରିବାର ଲୋକ କିଣି ଉକ୍ତ ଜମିକୁ ମପାଚୁପା କରି ନିଜ ଅକ୍ତିଆରରେ ରଖିଥିବାବେଳେ ଗ୍ରାମର କେତେକ ଲୋକ ଉକ୍ତ ଜମି ପାଖରେ ଥିବା ଗୋଚର ଜମିକୁ ମାପ ଚୁପ କରି ମୀର ମଙ୍ଗିଙ୍କ ଜମି ପାଖରେ ବାଡ଼ ବୁଜିଥିଲେ । ଏଥିରେ ମୀର ମଙ୍ଗି ବିରୋଦ୍ଧ କରିବାରୁ ତାଙ୍କୁ ଗ୍ରାମବାସୀ ମାନେ ଗାଳିଗୁଲଜ ଓ ଆକ୍ରମଣ କରିଥିଲେ । ଏନେଇ ଧୂଷୁରୀ ଥାନାରେ ଅଭିଯୋଗ ହୋଇଥିଲା । ପରେ ମୀର ମଙ୍ଗି ଗୋଡ଼ିପୋଖରି ବଜାରରେ ଥିବାବେଳେ ପୂର୍ବ ଶତୃତାକୁ କେନ୍ଦ୍ରକରି ଗୋଡ଼ିପୋଖରୀ ଗ୍ରାମର ମୀର ସଇଦ୍‌, ମୀର ଆକ୍ରମ, ମୀର ହିରୋ, ମୀର ଅସ୍ତର, ମୀର ଜଗୁ, ମୀର ଅବଦୁଲ, ମୀର ଲାଡ଼େନ, ମୀର ରସିଦ ସମେତ ଶତାଧିକ ବ୍ୟକ୍ତିମାନେ ତାଙ୍କୁ ଆକ୍ରମଣ କରିଥିଲେ । ଏଥିରେ ମୀର ହପିଜୁଲ୍ଳା ଓ ଉପସ୍ତିତି କେତେକ ବ୍ୟକ୍ତି ଏହାକୁ ବିରୋଧ କରି ଛଡ଼ାଛଡ଼ି ମଧ୍ୟ କରିଥିଲେ । ଏଥିରେ ମୀର ନୌସାଦ, ମୀର ଅବଦୁଲ୍ଳା, ମୀର ରମତୁଲ୍ଲା, ମୀର ସନି, ମୀର ଜାଫୋ, ମୀର ସଜାଦ, ମୀର ଅକ୍ରାମ ପ୍ରମୁଖ ଆହତ ହୋଇ ଭଦ୍ରକ ଡ଼ାକ୍ତର ଖାନାରେ ଚିକିତ୍ସିତ ହେଉଥିବାବେଳେ ସେଥିରେ ଅତି ଗୁରୁତର ହୋଇଥିବା ମୀର ଅବଦୁଲ୍ଲାକୁ କଟକ ଡ଼ାକ୍ତର ଖାନାକୁ ପଠାଯାଇଛି । ତେବେ ଉଭୟ ପକ୍ଷରୁ ପୃଥକ ପୃଥକ ଭାବରେ ଧୂଷୁରୀ ଥାନାରେ ଅଭିଯୋଗ କରିବା ପରେ ମୀର ମଙ୍ଗିଙ୍କ ଅଭିଯୋଗ ମୂଳେ କେସ ନଂ ୯୮/୨୧ ମାମଲା ରୁଜୁ କରିବା ସହିତ ଏଥିରେ ୨୧ଜଣଙ୍କ ନାମରେ କେସ କରାଯାଇଛି । ସେହିପରି ମୀର କାସିମଙ୍କ ଅଭିଯୋଗ ମୂଳେ କେସ ନଂ ୯୯/୨୧ରେ ୬ଜଣ ନାମରେ ମାମଲା ରୁଜୁ କରାଯାଇଛି । ପୋଲିସ ଉଭୟ ପକ୍ଷରୁ ୨ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି । ତେବେ ପରିସ୍ଥିତି ଉତ୍ତେଜନା ମୂଳକ ଥିଲେ ମଧ୍ୟ ଧୂଷୁରୀ ପୋଲିସର ତିକ୍ଷ୍ଣନଜର ରହିଥିବାବେଳେ ପୋଲିସ ଭୟରେ ଉକ୍ତ ଗ୍ରାମରେ ପୁରୁଷ ଶୂନ୍ୟ ହୋଇଯାଇଛି ।