Odiapua.com

ପୂର୍ବ ବିବାଦରୁ ଗଣ୍ଡଗୋଳ, ଜଣେ ଗିରଫ

ଭଦ୍ରକ, ୧୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୂର୍ବରୁ ରହିଥିବା ବିବାଦକୁ ନେଇ ଧାମନଗର ବ୍ଲକ୍ ଅଧୀନସ୍ଥ ବାହାରବିଲ ଗ୍ରାମରେ ଦୁଇପକ୍ଷଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି ଜଣେ ଗିରଫ ହୋଇଥିବାର ଜଣାପଡିଛି । ଏହି ଘଟଣାରେ ଧୁଷୁରୀ ଥାନାରେ ଉଭୟପକ୍ଷରୁ ଦୁଇଟି ପୃଥକ୍ ପୃଥକ୍ ମାମଲା ରୁଜୁ ହୋଇଛି । ଗିରଫ ଅଭିଯୁକ୍ତ ହେଲେ ଧୁଷୁରୀ ବାହାରବିଲ ଗ୍ରାମର ବିଜୟ କୁମାର ରାଉତ (୩୫) । ପୂର୍ବରୁ ରହିଥିବା ପାରିବାରିକ ବାଦାନୁବାଦ କାରଣରୁ ବାହାରବିଲ ଗାଁରେ ଦୁଇପକ୍ଷଙ୍କ ମଧ୍ୟରେ କଳିଝଗଡା ଲାଗି ଏହା ହିଂସାତ୍ମକ ଆକ୍ରମଣର ରୂପ ନେଇଥିଲା । ଏଥିରେ ମଂଜୁଲତା ସେଠୀ, କନକଲତା ରାଉତ, ରାଧାରାଣୀ ମାଝୀ ଆହତ ହୋଇଥିବାର ଜଣାପଡିଛି । ବିନୋଦ ସେଠୀଙ୍କ ପତ୍ନୀ ମଂଜୁଲତାଙ୍କ ଅଭିଯୋଗ କ୍ରମେ ଧୁଷୁରୀ ପୁଲିସ୍ କେଶ୍ ନଂ ୨୮୧/୨୪ ରେ ଏକ ମାମଲା ରୁଜୁ କରି ବିଜୟ ରାଉତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ବିଜୟଙ୍କ ପତ୍ନୀ ମମତାଙ୍କ ଏତଲା କ୍ରମେ ପୁଲିସ୍ କେଶ୍ ନଂ ୨୮୨/୨୪ ରେ ୩ ଜଣଙ୍କ ନାମରେ ଅନେକ ମାମଲା ରୁଜୁ କରିଛି ।