Odiapua.com

ପୂର୍ବତ୍ତନ ଦେବୋତ୍ତର ନିର୍ବାହୀ ଅଧିକାରୀ ଶୁକଦେବ ପଣ୍ଡାଙ୍କ ବିୟୋଗରେ ଶୋକସଭା

କେନ୍ଦ୍ରାପଡ଼ା, ୨୦ା୬ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଇଛାପୁରସ୍ଥିତ ଶ୍ରୀଶ୍ରୀ ବଳଦେବଜୀଉ ଦେବୋତ୍ତର କାର୍ଯ୍ୟାଳୟରେ ଶ୍ରୀ ବଳଦେବଜୀଉ ଦେବୋତ୍ତର ସଂସ୍ଥାର ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱର୍ଗତ ଶୁକଦେବ ପଣ୍ଡାଙ୍କ ବିୟୋଗରେ ବର୍ତ୍ତମାନର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀଙ୍କ ଅଧ୍ୟକ୍ଷତାରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଏହି ଶୋକସଭାରେ ତାଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ସ୍ୱର୍ଗତ ଶୁକଦେବ ପଣ୍ଡା ସରକାରୀ ପ୍ରଶାସନିକ ଅଧିକାରୀରୁ ଅବସର ପରେ ଦେବୋତ୍ତର ସଂସ୍ଥାରେ ୧୯୯୬ ମସିହାଠାରୁ ୨୦୦୨ ମସିହା ପର୍ଯ୍ୟନ୍ତ ନିର୍ବାହୀ ଅଧିକାରୀ ଭାବେ ସଂସ୍ଥାର ସୁପରିଚାଳନା କରି ବହୁବିଧି ଉନ୍ନତି କରିଥିଲେ। ସଭାରେ ବଳଭଦ୍ର ପତ୍ରୀ, ପୂର୍ବତନ ନଗରପାଳ ଓ ଟ୍ରଷ୍ଟି ଧିରେନ୍ କୁମାର ସାହୁ, ଟ୍ରଷ୍ଟି ରଞ୍ଜନ କୁମାର ପୃଷ୍ଟି ଓ ଅବସରପ୍ରାପ୍ତ ବରିଷ୍ଠ ସହାୟକ ଶରତ ଚନ୍ଦ୍ର ପାତ୍ର ପ୍ରମୁଖ ତାଙ୍କ କାର୍ଯ୍ୟାବଳି ସମ୍ପର୍କରେ ଆଲୋଚନା କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟାଳୟର କର୍ମଚାରୀ ଶ୍ରୀଚରଣ ସେନାପତି, ନିତ୍ୟାନନ୍ଦ ମହାନ୍ତି, ଭ୍ରମରବର ବିଶ୍ୱାଳ, ଭକ୍ତ ଚରଣ ପଣ୍ଡା ପ୍ରମୁଖ ସମସ୍ତ କର୍ମଚାରୀମାନେ ଉପସ୍ଥିତ ଥିଲେ।