Odiapua.com

ପୂର୍ବତନ ସାଂସଦ, କଟକ ମ୍ୟୁନିସିପାଲିଟିର ପ୍ରାକ୍ତନ ଚେୟାରମ୍ୟାନ, ବିଶିଷ୍ଟ ଅର୍ଥନୀତିଜ୍ଞ, ତ୍ରିଲୋଚନ କାନୁନଗୋଙ୍କ ପରଲୋକ

କଟକ : ୨୧/୪ (ଓଡ଼ିଆ ପୁଅ /ଅଭୟ ଜେନା ) ପୂର୍ବତନ ସାଂସଦ ବିଶିଷ୍ଟ ଅର୍ଥନୀତିଜ୍ଞ, ପ୍ରାକ୍ତନ କଟକ ପୌରାଧ୍ୟକ୍ଷ୍ୟ ତ୍ରିଲୋଚନ କାନୁନଗୋଙ୍କ ପରଲୋକ ହୋଇଛି। ଆଜି ସକାଳୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା। ସେ କଟକ ପୌରପାଳିକାର ପ୍ରାକ୍ତନ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରି ବେଶ ଲୋକପ୍ରିୟତା ଅର୍ଜନ କରିଥିଲେ। ସେ ତିନିଥର ବିଧାୟକ ଭାବେ ମଧ୍ୟ୍ୟ ନିର୍ବାଚିତ ହୋଇଥିଲେ।

ସ୍ବର୍ଗତ କାନୁନଗୋ ରାଜ୍ୟ ଅର୍ଥ କମିଶନର ଅଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ସେ ଜଗତସିଂହପୁର ଲୋକସଭା ଆସନରୁ ସାଂ ସଦ ଭାବେ ନିର୍ବାଚିତ ହୋଇଥିଲେ। ତ୍ରିଲୋଚନ କାନୁନଗୋ ୧୯୪୦ ମସିହା ନଭେମ୍ବର ୨୪ ତାରିଖରେ କଟକ ଜିଲ୍ଲା ବଡ଼ମୂଳେଇ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ଓ ସେ କଟକ ରେ ରହି ଆସୁଥିଲେ। ତାଙ୍କ ବିୟୋଗରେ ରାଜନୈତିକଦଳ ସମେତ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି।