Odiapua.com

ପୂର୍ବତନ ଶିକ୍ଷାବିତ ତଥା ପାଲା ପରିଷଦ ସଭାପତିଙ୍କ ଦେହାନ୍ତ

ଯାଜପୁର ୨୨ା୮ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ଜିଲ୍ଲା କୋରେଇ ବ୍ଲକ୍ ବୈତରଣୀ ଉଚ୍ଚ ବିଦ୍ୟାପୀଠର ପୂର୍ବତନ ପଣ୍ଡିତ ଶିକ୍ଷକ ତଥା ପାଲା ପରିଷଦର ପୂର୍ବତନ ସଭାପତି ଗାୟକ ମହାରଥୀ ହରିବଲ୍ଲଭ ଦାଶ ଆଜି କଟକ ବଡ ମେଡିକାଲରେ ମୃତବରଣ କରିବା ସୂଚନା ମିଳିଛି। ଶ୍ରୀଦାସଙ୍କର ଆଜି ଛାତିରେ ଜନ୍ତ୍ରଣା ହେବାରୁ ତାଙ୍କୁ ବୈତରଣୀ ରୋଡ ଇଚ୍ଛାପୁର ବାସବଭବନରୁ କଟକ ଏସ ସି ବି ମେଡିକାଲ କଲେଜରେ ଆଡମିସନ କରାଯାଇଥିଲା। ହେଲେ ମେଡିକାଲରେ ତାଙ୍କର ୭୨ ବର୍ଷ ବୟସରେ ଦୃଦ୍ ଘାତ ହେବାରୁ ଆଜି ଅପରାହ୍ନରେ ମୃତ୍ୟୁ ହୋଇଥିବା ମେଡିକାଲ ସୂତ୍ରରୁ ସୂଚନା ମିଳିଛି। ଶ୍ରୀ ଦାସ ଦୀର୍ଘ ୪୦ ବର୍ଷ ରଣପୁର ଓ ବୈତରଣୀ ଉଚ୍ଚ ବିଦ୍ୟାପିଠରେ ସଂକୃତ ପଣ୍ଡିତ ଶିକ୍ଷକ ଭାବେ ନାମ କରିବା ସହ ରାଜ୍ୟର ବିଭିନ୍ନ ପୁର ପଲ୍ଲୀରେ ପାଲାପରିବେଶର କରି ନିଜର ପ୍ରତିଷ୍ଟା ଅର୍ଜନ କରିଥିଲେ। ତାଙ୍କ ମୃତ୍ୟୁରେ ବୈତରଣୀ ରୋଡ ଅଞ୍ଚଳରେ ଶୋକର ଛାୟା ଦେଖିବାକୁ ମିଳିଛି।