ମାଲକାନଗିରି, ୨୧/୪ (ଓଡ଼ିଆ ପୁଅ) ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରୀୟ ସ୍ୱର୍ଗତ ଡଃ ସଦାଶିବ ତ୍ରିପାଠୀଙ୍କ ୧୧୩ ତମ ଜୟନ୍ତୀ ପାଳନ କରାଯାଇଅଛି। ଜିଲ୍ଲା ସଦର ମହକୁମାସ୍ଥିତ ସରକାରୀ କନିଷ୍ଠ ବିଜ୍ଞାନ ମହାବିଦ୍ୟାଳୟର ପ୍ରେକ୍ଷାଳୟରେ ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀ ଜୋତ୍ସ୍ନାମୟୀ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଅଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ, ମୁଖ୍ୟବକ୍ତା ଭାବେ ସରକାରୀ କନିଷ୍ଠ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଚନ୍ଦନ ମିଶ୍ର, ସମ୍ମାନୀତ ଅତିଥି ଭାବେ ମାଲକାନଗିରି ମହାବିଦ୍ୟାଳୟର ଅଧ୍ୟାପକ ରଂଜନ କୁମାର ସ୍ୱାଇଁ, ସାମ୍ୱାଦିକ ଶ୍ରୀ ଦୁର୍ଯ୍ୟୋଧନ ପାତ୍ର, ପୂର୍ବତନ ସାହିତ୍ୟ ଏକାଡେମୀ ସଦସ୍ୟ ରତ୍ନାକର ଦାଶ ପ୍ରମୁଖ ଉପସ୍ଥିତ ରହି ଡଃ ସଦାଶିବା ତ୍ରିପାଠୀଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିବା ସହ ପ୍ରଦୀପ ପ୍ରଜ୍ଜ୍ୱଳନ ପୁର୍ବକ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ପ୍ରଧାନ ଛାତ୍ର ଛାତ୍ରୀମାନଙ୍କୁ ଉଦବୋଧନ ଦେଇ ଡଃ ସଦାଶିବ ତ୍ରିପାଠୀଙ୍କ ବହୁମୁଖୀ ପ୍ରତିଭା ସଂପର୍କରେ କହିବା ସହିତ ସ୍ମୃତି ଚାରଣ କରିଥିଲେ ତତ୍ ସହିତ ଅନ୍ୟ ଅତିଥିମାନେ ସେମାନଙ୍କ ବକ୍ତବ୍ୟ ରଖିଥିଲେ। ଏହି ଅବସରରରେ ଆୟୋଜିତ “ବିଭିନ୍ନ ବରପୁତ୍ରମାନଙ୍କର ସ୍ୱାଧୀନତା ଆନ୍ଦୋଳନରେ ଭୂମିକା” ସଂପର୍କରେ ବକ୍ତୃତା ପ୍ରତିଯୋଗିତାରେ କୃତି ଛାତ୍ରୀ ଛାତ୍ରମାନଙ୍କୁ ପୁରସ୍କାର ଏବଂ ମାନପତ୍ର ପ୍ରଦାନ କରାଯାଇଥିଲା।
ପୂର୍ବତନ ମୁଖ୍ୟମନ୍ତ୍ରୀ ଡଃ ସଦାଶିବ ତ୍ରିପାଠୀଙ୍କ ୧୧୩ ତମ ଜୟନ୍ତୀ ପାଳିତ
