Odiapua.com

ପୂର୍ବତନ ମନ୍ତ୍ରୀ ନେତ୍ରାନନ୍ଦ ମଲିକ ସମ୍ବର୍ଦ୍ଧିତ

ଭଦ୍ରକ, ୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ପୂର୍ବତନ ମନ୍ତ୍ରୀ ନେତ୍ରାନନ୍ଦ ମଲ୍ଲିକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଗୁରୁବାର ମତୋ ଡିଗ୍ରୀ କଲେଜର ୩୪ତମ ବାର୍ଷିକ ଉତ୍ସବ ଅବସରରେ ପୂର୍ବତନ ମନ୍ତ୍ରୀ ଶ୍ରୀ ମଲିକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। କଲେଜର ଅଧ୍ୟକ୍ଷ ବିଭୂତି ଭୂଷଣ ଜୟଦେବ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସ୍ୱତନ୍ତ୍ର ଶଚିବ ଲଲାଟେନ୍ଦୁ ମିଶ୍ର, ମୁଖ୍ୟବକ୍ତା ଭାବେ ବରିଷ୍ଠ ଆଇନଜୀବୀ କ୍ଷୀରୋଦ ଚନ୍ଦ୍ର ରାଉତ, ସମ୍ମାନିତ ଅତିଥି ଭାବେ କଲେଜର ଉପଦେଷ୍ଟା ସୁବାସ ଚନ୍ଦ୍ର ମଲ୍ଲ ଯୋଗ ଦେଇ କଲେଜ ପ୍ରତିଷ୍ଠାରେ ପୂର୍ବତନ ମନ୍ତ୍ରୀ ଶ୍ରୀ ମଲିକଙ୍କର ଅବଦାନ ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି କହିଥିବା ବେଳେ ସେ ତାଙ୍କ ସମୟରେ ଶିକ୍ଷାର ବିକାଶ ଦିଗରେ ଦୃଢ଼ ପଦକ୍ଷେପ ନେଇଥିଲେ ବୋଲି କହିଥିଲେ। ଏହି ଅବସରରେ ଅତିଥିମାନେ ପୂର୍ବତନ ମନ୍ତ୍ରୀ ଶ୍ରୀ ମଲ୍ଲିକଙ୍କୁ ଉପଢ଼ୌକନ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମର ସଂଯୋଜିକା ଅଧ୍ୟାପିକା ନିରୁପମା ସୂତାର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। କ୍ରୀଡ଼ା ଶିକ୍ଷକ ଶିବ ପ୍ରସାଦ ମଲ୍ଲିକ ଧନ୍ୟବାଦ ଦେଇଥିଲେ।