Odiapua.com

ପୂର୍ବତନ ମନ୍ତ୍ରୀ ଦୁର୍ଯ୍ୟୋଧନ ମାଝୀଙ୍କ ପରଲୋକ : ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର ୧୧ -୧ (ଓଡ଼ିଆ ପୁଅ) ଓଡ଼ିଶାର ପୂର୍ବତନ ଓଡ଼ିଶା ମନ୍ତ୍ରୀ ତଥା ୫ ଥର ବିଧାୟକ ଦୁର୍ଯ୍ୟୋଧନ ମାଜିଙ୍କ ଭୁବନେଶ୍ୱରରେ ସ୍ଥିତ ତାଙ୍କ ବାସଭବନରେ ଦେହାନ୍ତ ହୋଇଛି।

ଏ ନେଇ ତାଙ୍କ ପୁଅ କୃଷ୍ଣ ସିଂ ମାଝୀ ସୂଚନା ଦେଇଛନ୍ତି।

ବିଳମ୍ବିତ ରାତିରେ ଭୁବନେଶ୍ବରସ୍ଥିତ ତାଙ୍କ ସରକାରୀ ବାସଭବନରେ ଶୋଇଥିବା ସମୟରେ ଅକସ୍ମାତ୍ ବିୟୋଗ ହୋଇଯାଇଛି।

ସ୍ୱର୍ଗତ ମାଝୀ ଖଡିଆଳ ନିର୍ବାଚନ ମଣ୍ଡଳୀରୁ ୫ଥର ବିଧାୟକ ଥିଲେ।

ସେ ଦୁଇ ଥର ମନ୍ତ୍ରୀ ମଧ୍ୟ ରହିଥିଲେ।

ଶ୍ରୀ ମାଝୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକଟ କରିଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ଶୋକ ବାର୍ତ୍ତାରେ ଲେଖିଛନ୍ତିଯେ,

“ବିଶିଷ୍ଟ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଦୁର୍ଯ୍ୟୋଧନ ମାଝୀଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ନିଜ ଅଞ୍ଚଳର ବିକାଶ ତଥା ଆଦିବାସୀଙ୍କ କଲ୍ୟାଣ କ୍ଷେତ୍ରରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି।”