Odiapua.com

ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ରାଉତଙ୍କ ପ୍ରଥମ ଶ୍ରାଦ୍ଧୋବାର୍ଷିକୀ ଉତ୍ସବ

ଭଦ୍ରକ, ୨୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଜଗନ୍ନାଥ ରାଉତଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ନିଜ ଗ୍ରାମର ଧାମନଗର ବ୍ଲକ ବାହରବିଲ ଠାରେ ଆଜି ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ସଭାରେ ସ୍ୱାଧୀନତା ସଂଗ୍ରାମୀ ରାମହରି ଗୋସ୍ୱାମୀଙ୍କ ସଭାପତିତ୍ୱ କରିଥିବା ବେଳେ ପ୍ରଦୀପ କିଶୋର ଦାସ ସଭା ସଂଯୋଜନା କରିଥିଲେ । ମୁଖ୍ୟ ଅତିଥି ଭାବେ ପିସିସି ସଭାପତି ନିରଂଜନ ପଟ୍ଟନାୟକ, ସାଂସଦ ମଂଜୁଲତା ମଣ୍ଡଳ, ସମ୍ମାନିତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ, ପୂର୍ବତନ ବିଧାୟକ କାଙ୍ଗାଳି ଚରଣ ପଣ୍ଡା, ନରେନ ପଲେଇ ଓ ଅକ୍ଷୟ ଆଚାର୍ଯ୍ୟ, ଜିଲା କଂଗ୍ରେସ ସଭାପତି ସୁବ୍ରତ ଦାସ, ପୂର୍ବତନ ଜିଲା ସଭାପତି ସୁଧାକର ରାଉତ, ଭଦ୍ରକ ବିଧାନସଭାସ୍ତରୀୟ ନେତା ନଳିନୀକାନ୍ତ ମହାନ୍ତି, ପୂର୍ବତନ ସାଂସଦ ମୁରଲୀଧର ଜେନା, ବିଦ୍ୟାଧର ଯେନା, ହୃଦାନନ୍ଦ ସେଠୀ ଓ ନାରାୟଣ ଚନ୍ଦ୍ର ପାଢୀ ପ୍ରମୁଖ ଯୋଗଦେଇଥିଲେ । ଜଗନ୍ନାଥ ରାଉତଙ୍କ ଧାମନଗର ନିର୍ବାଚନ ମଣ୍ଡଳୀ ତଥା ଭଦ୍ରକ ଜିଲା ପାଇଁ ଅତୁଳନୀୟ ଅବଦାନ ରହିଛି । ତାଙ୍କ ମନ୍ତ୍ରୀତ୍ୱ ଓ ବିଧାୟକ ସମୟରେ ଜିଲା ତଆ ଧାମନଗର ନିର୍ବାଚନ ମଣ୍ଡଳୀର ବହୁ ଉନ୍ନତିମୂଳକ କାର୍ଯ୍ୟ କରି ଏବେ ବି ଲୋକଙ୍କ ହୃଦୟରେ ବଂଚିଛନ୍ତି ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଡାକ୍ତର ସୁରଥ ବିଶ୍ୱାଳ, ମଦନମୋହନ ପଣ୍ଡା, ଜାନକୀ ମଲିକ, ରାଧାବିନୋଦ ନାୟକ, ରବୀନ୍ଦ୍ର ବେହୁରିଆ, ବାବାଜୀ ପଣ୍ଡା, ବିଦ୍ୟାଧର ରାଉତ, ହରେକୃଷ୍ଣ ପାଢୀ, ନରେନ୍ଦ୍ର ମଲ୍ଲିକ, ରାମଚନ୍ଦ୍ର ଦାଶ, ବିନୋଦ ନାୟକ, ପ୍ରସନ୍ନ ଧଳ, ମୁର ମହମ୍ମଦ ଇସମାଇଲ, ଦେବାଶିଷ ସାମଲ, କିଣୁ ଜେନା ପ୍ରମୁଖ ଯୋଗଦେଇ ସ୍ୱର୍ଗତ ରାଉତ ସ୍ମୃତି ଚାରଣ କରିଥିଲେ । ସ୍ୱର୍ଗତ ରାଉତଙ୍କ ପୁତ୍ର ତଥା ରାଜ୍ୟ କଂଗ୍ରେସ ଓବିସି ସେଲର ଉପାଧ୍ୟକ୍ଷ ଅବିଶେଷ ରାଉତ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ନାରାୟଣ ଚନ୍ଦ୍ର ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ଧୂଷୁରୀ ବଜାର ଠାରେ ସ୍ୱର୍ଗତ ରାଉତଙ୍କ ଏକ ପ୍ରତିମୂର୍ତିକୁ ଅତିଥିମାନେ ଅନାବରଣ କରିଥିଲେ । ଏଥିରେ ସ୍ଥାନୀୟ ବିଧାୟକ ବିଷ୍ଣୁ ସେଠୀଙ୍କ ସମେତ ବହୁ ବୁଦ୍ଧିଜିବୀ, ଶିକ୍ଷାବିତ, ସମାଜସେବୀ ଓ ଜଗନ୍ନାଥ ପ୍ରେମୀ ମାନେ ପହଂଚି ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ଅବସରରେ ସ୍ମୃତିରେ ଜଗନ୍ନାଥ ଏକ ପତ୍ରିକାକୁ ଅତିଥିମାନେ ଉନ୍ମୋଚନ କରିଥିଲେ ।