Odiapua.com

ପୂର୍ବତନ ମନ୍ତ୍ରୀ ଗଙ୍ଗାଧର ପ୍ରଧାନଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ

ଭୁବନେଶ୍ୱର, ମଇ ୧୬ (ଓଡ଼ିଆ ପୁଅ) – ଓଡିଶାର ପୂର୍ବତନ ମନ୍ତ୍ରୀ ତଥା ତଳସରାର ପୂର୍ବତନ ବିଧାୟକ ଗଙ୍ଗାଧର ପ୍ରଧାନଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏ ନେଇ ସେ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି।

ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ ପୂର୍ବତନ ମନ୍ତ୍ରୀ ତଥା ତଳସରାର ପୂର୍ବତନ ବିଧାୟକ ଗଙ୍ଗାଧର ପ୍ରଧାନଙ୍କ ବିୟୋଗରେ ମୁଁ ଦୁଃଖିତ। ଓଡିଶାର ସାମାଜିକ ଜୀବନରେ ଶ୍ରୀ ପ୍ରଧାନଙ୍କ ଅବଦାନ ଅତୁଳନୀୟ ଥିଲା। ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦ୍ଗତି କାମନା କରୁଛି।