Odiapua.com

ପୂର୍ବତନ ମନ୍ତ୍ରୀଙ୍କ ପରଲୋକ

ଭୁବନେଶ୍ୱର୮ା୧୨(ଓଡିଆ  ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଗତ ବିଳମ୍ବିତ ରାତ୍ରୀ ୨ଟା ସମୟରେ ପୂର୍ବତନ ମନ୍ତ୍ରୀ ଭାଗବତ ପ୍ରସାଦ ମହନ୍ତିଙ୍କର ଭୁବନେଶ୍ୱର ବସଭବନରେ ପରଲୋକ ଗମନ କରିଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା । ତାଙ୍କ ବିୟୋଗରେ ରାଜ୍ୟର ବିଭିନ୍ନ ମହଲରେ ଶୋକର ଛାୟା ଖେଳିଜାଇଛି । ସେ ତିନିଥର କେନ୍ଦ୍ରାପଡା ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ। ରାଜସ୍ବ ଓ ଶିକ୍ଷା ମନ୍ତ୍ରୀ ଭାବେ ସେ ୨ଥର ମନ୍ତ୍ରୀ ପଦ ଅଳଙ୍କୃତ କରି ସଫଳତାର ସହ କାର୍ଯ୍ୟ ସଂପାଦନ କରିଥିଲେ। ଭାଗବତବାବୁ ଭାବେ ସୁପରିଚିତ ଏହି ରାଜନେତାଙ୍କ ବିୟୋଗରେ କେନ୍ଦ୍ରାପଡ଼ା ରାଜନୈତିକ ଇତିହାସର ଗୋଟାଏ ଦୀର୍ଘ ଯୁଗର ଅବସାନ ଘଟିଛି।ସମ୍ପ୍ରତି ସେ କେନ୍ଦ୍ରାପଡ଼ା ଅର୍ବାନ୍ କୋଅପରେଟିଭ୍ ବ୍ୟାଙ୍କ୍‌ର ସଭାପତି ଥିଲେ।ଛାତ୍ର ଜୀବନରେ ସେ ୧୯୪୯-୬୦ ମସିହା ଯାଏଁ ‘କିଷାନ ସତ୍ୟାଗ୍ରହ ଆନ୍ଦୋଳନ’ରେ ଯୋଗ ଦେଇ ‘ଭୂସଂସ୍କାର ଆନ୍ଦୋଳନ’ ପାଇଁ ଲଢ଼ିଥିଲେ। ରାଜ୍ୟର ସମବାୟ ଆନ୍ଦୋଳନରେ ମଧ୍ୟ ତାଙ୍କର ସମ୍ପୃକ୍ତିଥିଲା। ୧୯୭୧ ମସିହାରେ ସେ କଂଗ୍ରେସ ଦଳରେ ଯୋଗ ଦେଇଥିଲେ।