Odiapua.com

ପୂର୍ବତନ ବିଧାୟକ ସ୍ୱର୍ଗତ ବିରେନ ପଲାଇଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳିତ

ଭଦ୍ରକ, ୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରତିିବର୍ଷ ଭଳି ଚଳିତବର୍ଷ ପୂର୍ବତନ ଭଦ୍ରକ ବିଧାୟକ, ପୂର୍ବତନ ଭଦ୍ରକ ନଗରପାଳ, ଜିଲ୍ଲା କଂଗ୍ରେସ ସଭାପତି ସ୍ୱର୍ଗତ ବିରେନ ପଲାଇଙ୍କ ୨୧ତମ ଶ୍ରାଦ୍ଧ ବାର୍ଷିକୀ ଭଦ୍ରକ ପୌରପାଳିକା ଅନ୍ତର୍ଗତ ବାଲିପାଟଣା କୋଣାର୍କ କ୍ଲବ ପରିସରରେ ପାଳିତ ହୋଇ ଯାଇଛି। କ୍ଲବ ପ୍ରାଙ୍ଗଣରେ ଥିବା ସ୍ୱର୍ଗତ ପଲାଇଙ୍କ ପ୍ରତିମୂର୍ତ୍ତିରେ କ୍ଲବର ଉପଦେଷ୍ଟା, ପ୍ରାକ୍ତନ ଜିଲ୍ଲା କଂଗ୍ରେସର ପ୍ରାକ୍ତନ ସଭାପତି ସୁଧାକର ରାଉତ ପୁଷ୍ପମାଲ୍ୟ ଧୂପ, ଦୀପ ଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଆୟୋଜିତ ସମାରୋହରେ ସ୍ୱର୍ଗତ ପଲାଇଙ୍କ ଗୁଣାବଳୀ ଆଲୋଚନା କରାଯାଇଥିଲା। ତାଙ୍କର ଅବର୍ତ୍ତମାନରେ କଂଗ୍ରେସ ଦଳର ଅପୂରଣୀୟ କ୍ଷତି ହୋଇଛି ବୋଲି ବକ୍ତାମାନେ ବକ୍ତବ୍ୟରେ କହିଥିଲେ। ସେ ଜଣେ ଦୃଢମନା ବ୍ୟକ୍ତିତ୍ୱ ଥିବା ସହ ଜଣେ ସୁସଂଗଠକ, ପରୋପକାରୀ, ହୃଦୟବାନ ମଣିଷ ବୋଲି ଅବିହିତ କରିଥିଲେ। ସେ ଗରିବଙ୍କ ଦରଦୀ ବନ୍ଧୁ ବୋଲି କହିଥିଲେ। କ୍ଲବ ଓ ପାଠାଗାରର ସଦସ୍ୟ ତଥା ଉପସ୍ଥିତ ଥିବା ଗ୍ରାମବାସୀ ତାଙ୍କର ଅମର ଆତ୍ମାର ସଦ୍‌ଗତି ପାଇଁ ନିରବ ପ୍ରାର୍ଥନା ସହ ପୁଷ୍ପାର୍ଘ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। କ୍ଲବର ସଭାପତି ମାୟାଧର ରାଉତ, ସମ୍ପାଦକ ବିନୋଦ ନାୟକ, ପାଠାଗାରର ସଭାପତି ମୁକ୍ତିକାନ୍ତ ନାୟକ, ସମ୍ପାଦକ ସତ୍ୟଜିତ ନାୟକ, ଅନିରୁଦ୍ଧ ନାୟକ, ବିମଳ ରାଉତ, ଦେବେନ୍ଦ୍ର ରାଉତ, ପ୍ରଶାନ୍ତ ନାୟକ, ଚନ୍ଦନ ନାୟକ, ବସନ୍ତ ନାୟକଙ୍କ ସହ ସୌରଭ, ଅନିମେଷ, ଶତୃଜିତ୍‌, ଦିବ୍ୟରଂଜନ, ଆକାଶ, ହରିହର ରାଉତ, ମାୟାଧର ନାୟକ, ମହେନ୍ଦ୍ର ନାୟକ, ଯଦୁମଣି ରାଉତଙ୍କ ସମେତ ବହୁ ବୁଦ୍ଧିଜୀବୀ ଯୋଗ ଦେଇ ସ୍ୱର୍ଗତ ପଲାଇଙ୍କ ସ୍ମୃତିଚାରଣ କରିଥିଲେ।