Odiapua.com

ପୂର୍ବତନ ବିଧାୟକ ସ୍ୱର୍ଗତଃ ରତ୍ନାକର ମହାନ୍ତିଙ୍କ ୨୩ତମ ଶ୍ରାଦ୍ଧୋତ୍ସବ, ରତ୍ନାକରଙ୍କ ତ୍ୟାଗ ଓ ଆଦର୍ଶନ ଆଗାମୀ ଯୁବପିଢି ପାଇଁ ମାର୍ଗଦର୍ଶିକା ହେବ

????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୨୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କଳା, ସାହିତ୍ୟ, ସଂସ୍କୃତି ଓ ରାଜନୀତି କ୍ଷେତ୍ରରେ ପ୍ରତିଭା ସଂପନ୍ନ ବ୍ୟକ୍ତିଙ୍କୁ ପୂଜା କରିବା ଆମର କର୍ତବ୍ୟ। ଆଜି ପୂର୍ବତନ ବିଧାୟକ ସ୍ୱର୍ଗତଃ ରତ୍ନାକର ମହାନ୍ତିଙ୍କ ୨୩ତମ ଶ୍ରାଦ୍ଧ ଉତ୍ସବରେ ଦଳମତ ନିର୍ବିଶେଷରେ ରତ୍ନାକର ବାବୁଙ୍କୁ ସମ୍ମାନ ଦେବା ପାଇଁ ଆଜିର ବିପୁଳ ସମାବେଶ ମୋତେ ଆଶ୍ଚର୍ଯ୍ୟ ଦେଇଛି। ଭଦ୍ରକ ଏକ ପ୍ରତିଭାର ମାଟି। ଭଦ୍ରକର ଯେଉଁ କେତେଜଣ ରାଜ୍ୟ ରାଜନୀତିରେ ସ୍ମରଣୀୟ ହୋଇ ରହିଛନ୍ତି, ସେମାନଙ୍କ ମଧ୍ୟରୁ ରତ୍ନାକର ମହାନ୍ତି ଅନ୍ୟତମ। ସରପଂଚରୁ ବ୍ଲକ୍ ଅଧ୍ୟକ୍ଷ ଭାବେ ତୃଣମୂଳ ସ୍ତରରୁ ଉଠି ବିଧାୟକ ଭାବେ ତାଙ୍କର ଜନସେବା ଓ ସରଳ ଜୀବନଯାପନ ଆଗାମୀ ପିଢି ପାଇଁ ମାର୍ଗଦର୍ଶିକା ସାଜିବ। ସ୍ୱର୍ଗତଃ ମହାନ୍ତି ବିଧାୟକ ଭାବେ ସାଇକେଲ୍‌ରେ ଚଢି ଗାଁ ଓ ଘର ଘର ବୁଲି ଜନସାଧାରଣଙ୍କର ଦୁଃଖ ବୁଝୁଥିଲେ। ବନ୍ୟା ସମୟରେ ବିପନ୍ନ ଲୋକଙ୍କୁ ଚୂଡା ଚାଉଳ ବାଂଟି ରାତି ହେଲେ ସେହି ଗାଁରେ ରାତି ବିତାଉଥିଲେ। ସ୍ୱର୍ଗତଃ ମହାନ୍ତିଙ୍କ ଅମାୟିକ ବ୍ୟକ୍ତିତ୍ୱ ଓ କାର୍ଯ୍ୟ କରିବାର ଆଗ୍ରହ ତାଙ୍କର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା ବୋଲି ଶ୍ରଦ୍ଧାଞ୍ଜଳି ଉତ୍ସବରେ ବିଶିଷ୍ଟ ବ୍ୟକ୍ତିମାନେ ମତପ୍ରକାଶ କରିଛନ୍ତି। ତ୍ୟାଗଭୂମି ସମ୍ମେଳନର ସଭାପତି ଅଜୟ ନାୟକଙ୍କ ପୌରୋହିତ୍ୟରେ ସ୍ଥାନୀୟ ଭାଗବତ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ ଯୋଗଦେଇଥିବାବେଳେ ଅନ୍ୟତମ ଅତିଥି ଭାବେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ପୂର୍ବତନ ସାଂସଦ ମଂଜୁଲତା ମଣ୍ଡଳ, ପୂର୍ବତନ ବିଧାୟକ ପ୍ରଫୁଲ୍ଲ ସାମଲ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ପୂର୍ବତନ ବିଧାୟକ ନରେନ ପଲେଇ, ସାହିତ୍ୟିକ ଓ ନାଟ୍ୟକାର ସୁଧାକର ନନ୍ଦ, ବରିଷ୍ଠ ଆଇନ୍‌ଜୀବୀ ଦିବ୍ୟସିଂହ ନାୟକ ପ୍ରମୁଖ ଯୋଗ ଦେଇଥିଲେ। ଏହି ଉତ୍ସବରେ ପୂର୍ବତନ ମନ୍ତ୍ରୀ ଶ୍ରୀ ଘଡେଇଙ୍କୁ ରତ୍ନାକର ମହାନ୍ତି ସ୍ମୃତି କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ଏସଏମ୍ ଫାରୁକ, ଅଶୋକ ନାୟକ, ଲଲାଟେନ୍ଦୁ ମହାନ୍ତି, ମଳୟ ଜେନା, ଦିଲ୍ଲୀପ ନାୟକ ପ୍ରମୁଖ ଯୋଗଦେଇ ସ୍ୱର୍ଗତଃ ମହାନ୍ତିଙ୍କ ସ୍ମୃତିଚାରଣ କରିଥିଲେ। ଏହି ଉତ୍ସବରେ ସମାଜସେବୀ ସୁଧାକର ରାଉତ ଅତିଥିମାନଙ୍କୁ ମଂଚ ଆମନ୍ତ୍ରଣ କରିଥିବାବେଳେ ଲଲାଟେନ୍ଦୁ ମହାନ୍ତି ସ୍ୱାଗତ ଭାଷଣ ଓ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ୱର୍ଗତଃ ମହାନ୍ତିଙ୍କର ଚାରିପୁତ୍ର ଅମର, ଶରତ, ଅଶୋକ ଓ ରାଜେନ୍ଦ୍ରଙ୍କ ସମେତ ପରିବାର ବର୍ଗ ଉପସ୍ଥିତ ଥିଲେ।