Odiapua.com

ପୂର୍ବତନ ବିଧାୟକ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ୬ଷ୍ଠ ଶ୍ରାଦ୍ଧବାର୍ଷିକୀ ପାଳିତ

ଭୁବନେଶ୍ୱର ୬.୧୧ (ଓଡ଼ିଆ ପୁଅ) – ପୂର୍ବତନ ବିଧାୟକ, ଯୁବନେତା, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ କାର୍ଯ୍ୟକାରୀ ସଭାପତି ସ୍ୱର୍ଗତ ଲଲଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ୬ଷ୍ଠ ଶ୍ରାଦ୍ଧ ବାର୍ଷିକୀ ଆଜି ଲୁଲୁ ମହାପାତ୍ର ରାଜ୍ୟସ୍ତରୀୟ ସ୍ମୃତି କମିଟି ପକ୍ଷରୁ ରାଧାକୃଷ୍ଣ ମନ୍ଦିର, ରୋଡ଼ ନଂ -୫, ୟୁନିଟ-୯, ଭୁବେନେଶ୍ୱର ଅନୁଷ୍ଠିତ ହୋଇଥିଲା। ଏହି ଉପଲକ୍ଷେ ଆୟୋଜିତ ସ୍ମୃତିସଭାରେ ସ୍ମୃତି କମିଟିର ଅଧ୍ୟକ୍ଷ ଶ୍ରୀ ଶୁଭେନ୍ଦୁ ମହାନ୍ତି ଅଧ୍ୟକ୍ଷତା କରିଥିଲେ ଏବଂ ସଭାପତି ଶ୍ରୀ ଚିନ୍ମୟ ପ୍ରସାଦ ବେହୁରା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ସର୍ବଧର୍ମ ପ୍ରାର୍ଥନା ସଭା ଓ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମର ପାରମ୍ଭରେ ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କ ତିଳତର୍ପଣ କୁଆଖାଇ ନଦୀ ହଂସପାଳ ଠାରେ ଅନୁଷ୍ଠିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ, ସୁରେଶ କୁମାର ରାଉତରାୟ, ପୂର୍ବତନ ମନ୍ତ୍ରୀ ଯୁଧିଷ୍ଠୀର ଜେନା, ଶିବାନନ୍ଦ ରାୟ, ଲଲାଟେନ୍ଦୁ ମହାପାତ୍ର, ପ୍ରକାଶ ଜେନା, ମାନସ ଆଚାର୍ଯ୍ୟ, ଲୋକନାଥ ମହାରଥି, ଦୀପକ କୁମାର ସାହୁ, ସଂକୁନା କହଁର, ଶ୍ରୀନିବାସ ରାଉତରାୟ, ମନୋଜ ସାହୁ, ଯୋଗିନାଥ ବାହୁବଳେନ୍ଦ୍ର, ମିତ୍ରଭାନ ମହାପାତ୍ର, ଶ୍ରୀୟା ମହାନ୍ତି, ଜୟକୃଷ୍ଣ ସୁବୁଦ୍ଧି, ହେମନ୍ତ ବିଶ୍ୱାଜ୍ଞ, ନିର୍ମଳ ପଣ୍ଡା, ତରୁଣକାନ୍ତ ମିଶ୍ର, ସତ୍ୟସ୍ମିତ ମହାନ୍ତି, ସଂଜୟ ରାୟ, ସୁରେଶ ସାହାଣୀ, ହଳଧର ସେଠୀ ପମ୍ରୁଖ ଯୋଗଦେଇଥିଲେ। ପରିଶେଷରେ ଘନଶ୍ୟାମ ମହାନ୍ତି ଧନ୍ୟବାଦ ଦେଇଥିଲେ।