Odiapua.com

ପୂର୍ବତନ ବିଧାୟକ ବୀର ସିପକାଙ୍କ ପରୋଲୋକ

କଳାହାଣ୍ଡି୩ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)  କଳାହାଣ୍ଡି ଜିଲ୍ଲା ଧର୍ମଗଡ ନିର୍ବାଚନ ମଣ୍ଡଳିର ପୂର୍ବତନ ବିଧାୟକ ବୀର ସିପକାଙ୍କ ଆଜି ତାଙ୍କ ବାସଭବନ ଗୋଲମୁଣ୍ଡା ଠାରେ ପରଲୋକ ହୋଇଛି । ସେ କିଛି ଦିନ ହେବ ଅସୁସ୍ଥ ଥିଲେ ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ହୋଇଥିଲା । ବୀର ସିପକାଙ୍କ ମୃତ୍ୟୁ ଖବର ପ୍ରଚାର ହେବା ପରେ ସ୍ଥାନୀୟ ଲୋକେ ତାଙ୍କ ବାସଭବନରେ ଅନ୍ତିମ ଦର୍ଶନ ପାଇଁ ଗହଳି କରିବା ଦେଖାଯାଇଛି। ବନ୍ଧୁ, ପରିବାର ଓ ଆତ୍ମୀୟମାନେ ମରଶରୀରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

 

ସ୍ୱର୍ଗତ ସିପକା ବିଜୁବାବୁଙ୍କ ସମୟରେ ଜନତା ଦଳରୁ ସାମିଲ ହୋଇ ରାଜନୀତିକୁ ଆସିଥିଲେ। ସେ ବିଜେଡିରୁ ୨ ଥର ଧର୍ମଗଡ ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ପରେ ରାଜ୍ୟ ବିଜେଡିର ଅନୁସୁଚିତ ଜାତି ମୋର୍ଚ୍ଚାର ସଭାପତି ମଧ୍ୟ ଥିଲେ। ୧୯୯୫ ଜନତା ଦଳରୁ ବିଧାୟକ ପରେ ୨୦୦୦ ଏବଂ ୨୦୦୪ରେ ବିଜେଡିରୁ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏହା ସହ ସେ ଗୋଲାମୁଣ୍ଡାରେ ଏକ ଆଇନ ମହାବିଦ୍ୟାଳୟ ମଧ୍ୟ ସ୍ଥାପନ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କ ସହିତ ତାଙ୍କର ଧର୍ମପତ୍ନୀ ବଡ଼ ପୁଅ ଉପସ୍ଥିତ ଥିଲେ। ବଡ଼ ଝିଅର ବାହା ଘର ସରିଥିବା ବେଳେ ସାନପୁଅ ଓ ସାନ ଝିଅ ମୁମ୍ବାଇରେ ରହି ପାଠ ପଢୁଛନ୍ତି।