Odiapua.com

ପୂର୍ବତନ ବିଧାୟକ ବିଷ୍ଣୁ ସେଠୀଙ୍କ ଅସ୍ଥି କଳସ ବିସର୍ଜନ ଶୋଭାଯାତ୍ରା

ଭଦ୍ରକ, ୧୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୂର୍ବତନ ବିଧାୟକ ବିଷ୍ଣୁ ସେଠୀଙ୍କ ଅସ୍ଥି କଳସ ବିସର୍ଜନ ଶୋଭାଯାତ୍ରା ରବିବାର ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଜିଲା ତିହିଡି ବ୍ଲକ ଭାଟପଡା ପଞ୍ଚାୟତ ଅଧୀନ ମଙ୍ଗରାଜପୁର ନିଜ ଗ୍ରାମରୁ ଏହି ଶୋଭାଯାତ୍ରା ବାହାରି ତିହିଡ଼ି ବଜାର ପରିକ୍ରମା କରିଥିଲା । ପରେ ନନ୍ଦପୁର, ଦୋଳସାହି, ଗୁଆମଳ, ବିଲଣା, ଅଣ୍ଡରାଇ ଛକ, ସହୀଦନଗର, ମଙ୍ଗଳପୁରଛକ, ଅସୁରାଳି, କୋଠାର, ବନ୍ଧଟିଆ, ଧାମନଗର, ଦୋବଲ, ଖଡ଼ିପଦା ଛକ ହୋଇ ଆନନ୍ଦପୁର ସ୍ଥିତ ସିଦ୍ଧେଶ୍ୱର ଘାଟରେ ପହଞ୍ଚିବା ପରେ ଅସ୍ଥି କଳସ ବିସର୍ଜନ କରାଯାଇଥିଲା । ପୂର୍ବତନ ବିଧାୟକଙ୍କ ପୁଅ ତଥା ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ ଏହି ଅସ୍ଥି କଳସ ବିସର୍ଜନ କରିଥିଲେ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ଉପସଭାପତି ବିରଂଚି ତ୍ରିପାଠୀ, ବରିଷ୍ଠ ନେତା ଦୀନବନ୍ଧୁ ପତି, ବଦ୍ରିନାରାୟଣ ଧଳ, ହେମନ୍ତ କୁମାର ପାଢ଼ୀ, ଡା. ପ୍ରଦୀପ ନାୟକ, ଅଭିମନ୍ୟୁ ସେଠୀ, ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ କଳ୍ପନା ଜେନା, ମନସ୍ମିତା ଖୁଣ୍ଟିଆ, ରଂଜିତା ସ୍ୱାଇଁ, ଦୁର୍ଗାଚରଣ ନାୟକ, ରଘୁନାଥ ପାତ୍ର, କାହ୍ନୁଚରଣ ବେହେରା, ବିଧାୟକଙ୍କ ପ୍ରତିନିଧି ବୁଦ୍ଧଦେବ ଜେନା, ସରପଞ୍ଚ ଶୁଭ୍ରନାରାୟଣ ସେଠୀ ଓ ପ୍ରଦୀପ ବଳ, ସୀତାକାନ୍ତ ନାୟକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶୁକଦେବ ମଳିକ, ପୂର୍ବତନ ସରପଞ୍ଚ ସୁଶାନ୍ତ ସେଠୀ, ପ୍ରମୋଦ କୁମାର ଦାସ, ଉମାକାନ୍ତ ଦାସ, ରତିକାନ୍ତ ଦାସ, ତପନ ପାଢ଼ୀ, ଦେବେନ୍ଦ୍ର ପୁହାଣ, ଅଜୟ ମହାପାତ୍ର, ଉଷାକାନ୍ତ ନାୟକ, ଅନନ୍ତ ତ୍ରିପାଠୀ, ରାଜକିଶୋର ନାୟକ, ସଂଗ୍ରାମ ମହାନ୍ତି, ସଂଜୀବ ବେହେରା, ସାଇସରଣ ବେହେରା, ଭରତ ସାହୁ, ସୁଧାଂଶୁ ପାଣିଗ୍ରାହୀ, ପ୍ରତାପ ଜେନା, ରଂଜିତ୍ ଜେନା, କେଶବ ବେହେରା, ଭାଗିରଥି ବୈୟାରୀ, ସରୋଜ ନାୟକ, ଦିପ୍ତୀମୟୀ ନାୟକ, ଅଶୋକ ପଣ୍ଡା, ମନୋଜ ମଲ୍ଲିକ, ଚତୁର୍ଭୁଜ ନାୟକ, ଅଜୟ ବଳ, ଅଶୋକ ପୁହାଣ, ପ୍ରିୟବ୍ରତ ପାଢ଼ୀ, ପ୍ରିୟରଂଜନ ବେହେରା, ରାମଚନ୍ଦ୍ର ନାୟକ, ସଂଦୀପ ଦାସ ପ୍ରମୁଖ ସହସ୍ରାଧିକ ନେତା ଓ କର୍ମୀ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।