Odiapua.com

ପୂର୍ବତନ ବିଧାୟକ ବଂଶୀଧର ସାହୁଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକୀ ସମାରୋହ

ନୟାଗଡ଼, ୨୦ା୧୦ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ର ପୂର୍ବତନ ବିଧାୟକ ସ୍ୱର୍ଗତ ବଂଶୀଧର ସାହୁଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ ସମାରୋହ ବଂଶୀଧର ସ୍ମୃତି କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି। ଇଟାମାଟି ବଂଶୀଧର ମହାବିଦ୍ୟାଳୟ ପରିସରରେ ଆୟୋଜିତ ତଥା ରାଜ୍ୟ ସମ୍ପାଦକ ମନୋଜ କୁମାର ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟଅତିଥିଭାବେ ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର ଅଧ୍ୟକ୍ଷ ଡ.ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଯୋଗଦେଇଥିବାବେଳେ ସମ୍ମାନୀତ ଅତିଥିଭାବେ ପୂର୍ବତନ ବିଧାୟକ ଡ.ଦିଲ୍ଲୀପ ଶ୍ରୀଚନ୍ଦନ ଓ ପୂର୍ବତନ ବିଧାୟକ ସିଦ୍ଧାର୍ଥ ଶେଖର ସିଂ ଏବଂ ମୁଖ୍ୟବକ୍ତାଭାବେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ରାଜ୍ୟ କଂଗ୍ରେସ ସମ୍ପାଦକ ହୁସେନ ଖାଁ, ପ୍ରଫେସର ନୀଳମାଧବ ବେହେରା, ଶରତ ଚନ୍ଦ୍ର ସାହୁ, ହରପ୍ରସାଦ ରଣସିଂହ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ସାହୁଙ୍କ ଅମ୍ଳାନ ପ୍ରତିଭାକୁ ମନେ ପକାଇ ତାଙ୍କର ସ୍ମୃତିଚାରଣ କରିବା ସହିତ ସେ ଥିଲେ ଜଣେ ରାଜନେତା, ସାହିତ୍ୟିକ, ଶିକ୍ଷାବିତ୍‌, ନାଟ୍ୟକାର, ସମାଜସେବୀ ତଥା ଜଣେ ଯୋଗଜନ୍ମା ପୁରୁୁଷ ଭାବେ ଅବତାରଣା କରିଥିଲେ। ହାସ୍ୟଭିନେତା ରବିନ୍ଦ୍ର ରାଉତ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ।