ଭଦ୍ରକ, ୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଆଜି ଭୁବନେଶ୍ୱର ସ୍ଥିତ ପୂର୍ବତନ ବିଧାୟକ ଗେଷ୍ଟ ହାଉସ୍ ରେ ପୂର୍ବତନ ବିଧାୟକ ପରିଷଦ ର ଜରୁରୀ କାଳୀନ ବୈଠକ ହୋଇଯାଇଛି । ଏହି ବୈଠକ ସଭାପତି ପ୍ରଫୁଲ୍ଲ ସାମଲ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହେଇଥିଲା । ଏଥିରେ ୧୫୦ ଉର୍ଦ୍ଧ୍ୱ ପୂର୍ବତନ ବିଧାୟକ ଯୋଗ ଦେଇଥିବାବେଳେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇ ଙ୍କଠୁ ଆରମ୍ଭ କରି ବହୁ ପୂର୍ବତନ ବିଧାୟକ ଯୋଗ ଦେଇଥିଲେ । ରାଜ୍ୟ ବିଭିନ୍ନ ସମସ୍ୟା ତଥା ପୂର୍ବତନ ବିଧାୟକ ମାନଙ୍କର ସ୍ୱାସ୍ଥ୍ୟ ଓ ଆର୍ôଥକ ବିଷୟରେ ଆଲୋଚନା କରାଯାଇଥିଲା । ଏହି ପରିଷଦ କ୍ରିୟାଶୀଳ କରିବା ପାଇଁ ନୂତନ ସଦସ୍ୟ ମଧ୍ୟ ଗ୍ରହଣ କରାଯାଇଥିଲା ଏବଂ ଆଗାମୀ ମାସରେ ପୁନର୍ବାର ବୈଠକ ବସିବ ପାଇଁ ସିଦ୍ଧାନ୍ତ ହୋଇଥିଲା।