Odiapua.com

ପୂର୍ବତନ ବଜାଜ ଗ୍ରୁପ୍‌ ଅଧ୍ୟକ୍ଷ ରାହୁଲ ବଜାଜଙ୍କ ନିଧନ

ନୂଆଦିଲ୍ଲୀ ୧୨-୨ (ଓଡ଼ିଆ ପୁଅ) ପୂର୍ବତନ ବଜାଜ ଗ୍ରୁପ୍‌ ଅଧ୍ୟକ୍ଷ ରାହୁଲ ବଜାଜଙ୍କ ନିଧନ ହୋଇଛି। ସେ ପୁଣେରେ ୮୩ ବର୍ଷ ବୟସରେ ଦେହ ତ୍ୟାଗ କରିଛନ୍ତି।

ବଜାଜ ଦୀର୍ଘ ସମୟ ଧରି କର୍କଟ ରୋଗରେ ପୀଡିତ ଥିଲେ। ସେ ଜୁନ ୧୦, ୧୯୩୮ ରେ କୋଲକାତାରେ ମାରୱାଡ଼ି ବ୍ୟବସାୟୀ କମଲନୟନ ବଜାଜ ଏବଂ ସାବିତ୍ରୀ ବଜାଜଙ୍କଠାରୁ ଜନ୍ମଗ୍ରହଣ କରିଥିଲେ।

୧୯୭୨ ମସିହାରେ ରାହୁଲ ବଜାଜ ବଜାଜ ସମୂହର ଦାୟିତ୍ତ୍ୱ ଗ୍ରହଣ କରିଥିଲେ। ସେ ପ୍ରାୟ ୫ ଦଶନ୍ଧି ଧରି ବାଜାଜ୍ ଗ୍ରୁପ୍ ଅଫ୍ କମ୍ପାନୀ ସହିତ ଜଡିତ ଥିଲେ। ୨୦୦୧ ମସିହାରେ ପଦ୍ମ ଭୂଷଣ ଗ୍ରହଣ କରିଥିଲେ।

ଦେଶର ଅନ୍ୟତମ ସଫଳ ଶିଳ୍ପପତି ରାହୁଲ ବଜାଜ ଦୁଇ ଚକିଆ ଯାନ ଏବଂ ତିନି ଚକିଆ କ୍ଷେତ୍ରରେ ବଜାଜ ଅଟୋ ନିର୍ମାଣ କରି ଏହାକୁ ଅଗ୍ରଣୀ ସ୍ଥାନକୁ ନେଇଗଲେ। ସେ ୨୦୦୬ ରୁ ୨୦୧୦ ପର୍ଯ୍ୟନ୍ତ ରାଜ୍ୟସଭାର ସଦସ୍ୟ ମଧ୍ୟ ଥିଲେ। ୨୦୦୧ ମସିହାରେ ସେ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନୀତ ହୋଇଥିଲେ।

ରାହୁଲ ବଜାଜ ୧୦ ଜୁନ୍ ୧୯୩୮ ରେ କୋଲକାତାରେ ଜନ୍ମଗ୍ରହଣ କରିଥିଲେ। ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସେଣ୍ଟ ଷ୍ଟିଫେନ୍ସ କଲେଜରୁ ଅର୍ଥନୀତି ଅଧ୍ୟୟନ କରିଥିଲେ। ଏହା ବ୍ୟତୀତ ବଜାଜ ବମ୍ବେ ବିଶ୍ୱବିଦ୍ୟାଳୟରୁ ଆଇନ ଡିଗ୍ରୀ ହାସଲ କରିଥିଲେ ଏବଂ ହାର୍ଭାର୍ଡ ବିଜନେସ୍ ସ୍କୁଲରୁ ଏମବିଏ ଡିଗ୍ରୀ ହାସଲ କରିଥିଲେ।