Odiapua.com

ପୂର୍ବତନ ପ୍ରଧାନ ଶିକ୍ଷକ ମୁରଲୀଧର ଜେନାଙ୍କ ଶ୍ରାଦ୍ଧ ବାର୍ଷିକୀ ପ୍ରସ୍ତୁତି ବୈଠକ

ଭଦ୍ରକ, ୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୁରୁଣାବଜାର ସ୍ଥିତ ନାରାୟଣ ଚନ୍ଦ୍ର ହାଇସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ମୁରଲୀଧର ଜେନାଙ୍କର ୩୦ତମ ଶ୍ରାଦ୍ଧ ବାର୍ଷିକୀ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଭଦ୍ରକ ନୂଆବଜାର ସ୍ଥିତ ଭାଗବତ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇ ଯାଇଛି । ଆସନ୍ତା ୧୯ ତାରିଖ ଫେଲୋସିପ୍ ସଭାଗୃହରେ ଏହି ଉତ୍ସବ ପାଳନ ନିମନ୍ତେ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିଲା । ତେବେ କୋଭିଡ଼ ସଂକ୍ରମଣ ଦୃତ ବୃଦ୍ଧି ଜନିତ ଯଦି କୌଣସି କଟକଣା ଅଧିକ ବଳବତ୍ତର ହୋଇ ସଭା ପାଇଁ ପ୍ରଶାସନିକ ବାରଣ ଲାଗୁ ହୁଏ ତେବେ ସେଥିପାଇଁ କାର୍ଯ୍ୟକ୍ରମର ପରିବର୍ତ୍ତନ କରାଯିବ ବୋଲି ମୁରଲୀଧର ଜେନା ସ୍ମୃତି ସଂସଦର ସଭ୍ୟମାନେ ପ୍ରକାଶ କରିଥିଲେ । କଟକଣା ଲାଗୁ ନ ହେଲେ କୋଭିଡ କଟକଣାକୁ ପାଳନ କରାଯାଇ ସଭା ଅନୁଷ୍ଠିତ ହେବାକୁ ସର୍ବ ସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ ହୋଇଥିଲା । ଏହି ପ୍ରସ୍ତୁତି ବୈଠକରେ ଅଜୟ ନାୟକ, ଏସ.ଏମ.ଫାରୁକ, କାଶିମ୍ ଭାଇ, ଶାନ୍ତନୁ କୁମାର ରାଉତ, ସୁଫିଆନ ବାବୁ, ଅଭୟ ଦ୍ୱିବେଦୀ, ସୁଧାକର ରାଉତ, ହରି ନନ୍ଦୀ, ଡାକ୍ତର ହରେକୃଷ୍ଣ ନାୟକ, ପରମାନନ୍ଦ ଦାସ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ ।