ଦେବଗଡ ୬-୫ (ଓଡ଼ିଆ ପୁଅ/ପ୍ରଶାନ୍ତ ଭୁକ୍ତା) – ପୂର୍ବତନ ବିଜେଡି କାଉନ୍ସିଲର ମାନସ ରଞ୍ଜନ ପ୍ରଧାନଙ୍କ ପୁରୁଣାଗଡ ସ୍ଥିତ ବାସଭବନରୁ ବିପୁଳ ପରିମାଣର ଚୋରାକାଠ ଜବତ କରାଯାଇଛି। ବିଶ୍ବସ୍ତ ସୁତ୍ରରୁ ଖବର ପାଇ ଦେବଗଡ ବନ ଅଧିକାରୀ ଦେବଗଡ ପୌରପରିଷଦ ଅଧିନରେ ଥିବା ପୁରୁଣାଗଡର ପୂର୍ବତନ ବିଜେଡି କାଉନ୍ସିଲର ମାନସ ରଞ୍ଜନ ପ୍ରଧାନଙ୍କ ବାସଭବନରେ ଚଢାଉ କରିଥିଲେ। ଏହି ଚଢାଉ ସମୟରେ ଶ୍ରୀ ପଧାନଙ୍କ ବାସଭବନରୁ ୫୪ଟି ବଳା ଓ ୪.୯ ଦର୍ଘର ବିଜା ଓ କଷି ପଟା ସବୁ ଜବତ କରାଯାଇଛି। ଦେବଗଡ ବନଖଣ୍ଡ ଅଧିକାରୀ ଶ୍ରୀ କୁଳମଣି ପୁହାଣ, ଛବିଳ ବେହେରା, ଲିମାଶ୍ରୀ ପଧାନ ଫରେଷ୍ଟ ଗାର୍ଡ ଭୋଲେଶ୍ବର ସାହୁ, ପୂର୍ଣ୍ଣଚନ୍ଦ୍ର ଧଳ, ସୁନିଲ ବେହେରା, ବାବୁଲି କିଷାନ, କବିତା ନାଏକ, ସୁଶାନ୍ତ ସାହୁ ଓ ଅଶୋକ ପରନାଙ୍କ ସମେତ ଅନ୍ୟାନ୍ୟ ଦଶ ଜଣ ସ୍କ୍ୱାର୍ଡର ଟିମ ସହଯୋଗ କରିଥିଲେ।
ପୂର୍ବତନ କାଉନ୍ସିଲରଙ୍କ ବାସଭବନରୁ ଚୋରା କାଠ ଜବତ
