Odiapua.com

ପୂର୍ବତନ ଉପବାଚସ୍ପତି ତଥା ବରିଷ୍ଠ ନେତା ପ୍ରହଲ୍ଲାଦ ଦୋରାଙ୍କ ଧର୍ମପତ୍ନୀ ରତ୍ନମାଳା ନାଏକଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ

ଭୁବନେଶ୍ୱର ୩୦/୦୮ (ଓଡ଼ିଆ ପୁଅ) : ପୂର୍ବତନ ଉପବାଚସ୍ପତି ଶ୍ରୀ ପ୍ରହଲ୍ଲାଦ ଦୋରାଙ୍କ ଧର୍ମପତ୍ନୀ ରତ୍ନମାଳା ନାଏକଙ୍କ ଗତ କାଲି ରାତ୍ରି ୨.୩୦ରେ ଚିକିତ୍ସିତ ଅବସ୍ଥାରେ ନିଧନ ଘଟିଛି। ସ୍ୱର୍ଗତଃା ନାଏକ କୋଭିଡ୍ ସଂକ୍ରମଣରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରସ୍ଥିତ ଏମ୍ସ ମେଡିକାଲରେ ଚିକିତ୍ସିତ ହେଉଥିଲେ। ତାଙ୍କ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିବା ସହ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଅମର ଆତ୍ମାର ସଦ୍‌ଗତି ପାଇଁ ପ୍ରାର୍ଥନା କରିଛନ୍ତି।

୧୯୫୨ ମସିହାରେ ନବରଙ୍ଗପୁର ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ମୋଦୀ ନାୟକଙ୍କ ସୁକନ୍ୟା ହେଉଛନ୍ତି ସ୍ୱର୍ଗତାଃ ନାଏକ। ଭୁବନେଶ୍ୱରସ୍ଥିତ ତପୋବନ ହାଇସ୍କୁଲ ଭୁବନେଶ୍ୱରରୁ ୨୦୦୮ ମସିହାରେ ଅବସର ଗ୍ରହଣ କରିଥିବା ସ୍ୱର୍ଗତାଃ ନାଏକ ଜଣେ ବିଶିଷ୍ଟ ଶିକ୍ଷାବିତ୍ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଅତ୍ୟନ୍ତ ଭଦ୍ର, ନମ୍ର, ମିଷ୍ଟଭାଷୀ ସ୍ୱର୍ଗତାଃ ନାଏକ ହାତୀ ରାମ ଗୁରୁ ବିଦ୍ୟା ମନ୍ଦିରର ପ୍ରତିଷ୍ଠାତା ସଭ୍ୟା ଥିଲେ।ବରିଷ୍ଟ ନେତ୍ରୀ ସୁରମା ପାଢୀ, ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ରାଜ୍ୟ ସଂପାଦକ ଟଙ୍କଧର ତ୍ରିପାଠୀ, ରାଜ୍ୟ ମୁଖପାତ୍ର ବିରଂଚି ନାରାୟଣ ତ୍ରିପାଠୀଙ୍କ ସମେତ ବହୁ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତା ସ୍ୱର୍ଗତଃ ନାଏକଙ୍କ ପରଲୋକଗତ ଆତ୍ମାର ସଦ୍‌ଗତି କାମନା କରିବା ସହିତ ତାଙ୍କର ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି।