Odiapua.com

ପୂର୍ବତଟ ରେଳବାଇ ଶ୍ରମିକ ସଂଘ କର୍ମକର୍ତା ନିର୍ବାଚନ

ଭଦ୍ରକ, ୧୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୂର୍ବତଟ ରେବଳାଇ ଶ୍ରମିକ କଂଗ୍ରେସ ସଂଘ ଭଦ୍ରକ ଶାଖାର ଏକାଦଶ ଦ୍ୱିବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଂଘର ଭୁବନେଶ୍ୱର ସାଧାରଣ ସମ୍ପାଦକ ରମେଶଚନ୍ଦ୍ର ସାହୁଙ୍କ ନିର୍ଦ୍ଦେଶରେ ଉପସଭାପତି ଶ୍ରୀଧର ପୁହାଣ ଯୋଗ ଦେଇଥିଲେ।ଏହି ଅବସରରେ ସଂଘର ନୂତନ କର୍ମକର୍ତା ନିର୍ବାଚନ ହୋଇଥିଲା ଥିଲା। ସଭାପତି ଭାବେ ମହେଶ୍ୱର ଖିଲାର, ସମ୍ପାଦକ ଭାବେ ଅଶୋକ କୁମାର ମହାନ୍ତି ନିର୍ବାଚିତ ହୋଇଥିଲେ। ସେହିଭଳି ଉପସଭାପତି ଭାବେ ଡି. ସାନ୍ତରା, ଆର.କେ. ସାହାଣି, କାର୍ଯ୍ୟକାରୀ ସଭାପତି ହେମନ୍ତ କୁମାର ଦାସ, କୋଷାଧ୍ୟକ୍ଷ ଜି.ସି. ଦାସ, ସଙ୍ଗଠନ ସମ୍ପାଦକ ଅଭିମନ୍ୟୁ କୁମାର, ଏ.କେ. ସିଂହ ଓ ସହସମ୍ପାଦକ ଭାବେ ରାଜୁ ସାହୁ, ରଜନୀକାନ୍ତ ସାହୁ, କୁନ୍ଦନ ଧଡା, କମଳାକାନ୍ତ ମହାନ୍ତି ପ୍ରମୁଖ ନିର୍ବାଚିତ ହୋଇଛନ୍ତି।