Odiapua.com

ପୂଜା ପାଇଁ ଚାଲିବ ସ୍ବତନ୍ତ୍ର ଟ୍ରେନ

ନୂଆଦିଲ୍ଲୀ,୨୪/୦୯,(ଓଡ଼ିଆ ପୁଅ ପି ନାଏକ): ପୂଜା ସମୟରେ ଯାତ୍ରୀଭିଡ଼କୁ ଏଡ଼ାଇବା ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ପୂର୍ବତଟ ରେଳପଥରୁ ଏବଂ ଏହା ମଧ୍ୟଦେଇ ବିଭିନ୍ନ ପ୍ରାନ୍ତକୁ ସ୍ୱତନ୍ତ୍ର ଟ୍ରେନ ଚଳାଚଳର ବ୍ୟବସ୍ଥା କରାଯାଇ, କିପରି ଭାବେ ଅଧିକ ଯାତ୍ରୀ ପରିବହନ କରିହେବ ସେଥିପାଇଁ ଅତିରିକ୍ତ ବର୍ଥ ସୃଷ୍ଟି କରାଯାଇପାରିଛି ।

ଏହି ଟ୍ରେନ ଗୁଡିକ ହେଲା, ପୁରୀ-ସନ୍ତ୍ରାଗାଛି, ହାୱଡ଼ା-ପୁରୀ ସ୍ୱତନ୍ତ୍ର ଟ୍ରେନ, ପୁରୀ-ଶାଲିମାର (ହାଓଡ଼ା)-ପୁରୀ ସ୍ୱତନ୍ତ୍ର ଟ୍ରେନ, ଭୁବନେଶ୍ୱର-ସିକନ୍ଦରାବାଦ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ, ବିଶାଖାପାଟଣା-ସିକନ୍ଦରାବାଦ-ବିଶାଖାପାଟଣା ସ୍ୱତନ୍ତ୍ର ଟ୍ରେନ, ବିଶାଖାପାଟଣା-ତିରୁପତି-ବିଶାଖାପାଟଣା, କାଚେଗୁଡା-ଟାଟା-କାଚେଗୁଡା, ସନ୍ତ୍ରାଗାଛି-ଚେନ୍ନାଇ-ସନ୍ତ୍ରାଗାଛି, ସିକନ୍ଦରାବାଦ-ଭୁବନେଶ୍ୱର-ସିକନ୍ଦରାବାଦ, ସମ୍ବଲପୁର-ବନସୱାଡ଼ି-ସମ୍ବଲପୁର, ହବିବଗଞ୍ଜ-ପୁରୀ-ହବିବଗଞ୍ଜ ସ୍ୱତନ୍ତ୍ର ଟ୍ରେନ ଏବଂ ସିଆଲଦା ଇତ୍ୟାଦି ଅନ୍ତର୍ଭୁକ୍ତ । ଏହା ବ୍ୟତୀତ, ପୂର୍ବତଟ ରେଳପଥ ପକ୍ଷରୁ ଏବଂ ଏହାର ପରିସୀମା ମଧ୍ୟରେ ଯାତାୟାତ କରୁଥିବା ନିୟମିତ ଟ୍ରେନ ଗୁଡିକରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ସମୟ ମଧ୍ୟରେ ଅତିରିକ୍ତ କୋଚ ସଂଯୋଗ କରାଯିବ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଛି ।