Odiapua.com

ପୁଲିସ ହାତରେ ୨ ଦୁର୍ଦ୍ଦାନ୍ତ ଅପରାଧୀ

ଭୁବନେଶ୍ୱର, ୦୩/୦୮(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ରାଜଧାନୀରେ ହୋଇଥିବା ଡବଲ ଏନକାଉଣ୍ଟର ପରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଗତ କିଛି ଦିନ ତଳେ ରସୁଲଗଡ଼ ଛକରେ ତୃପ୍ତି ହୋଟେଲ ମାଲିକଙ୍କୁ ମରଣାତ୍ମକ ଆକ୍ରମଣ କରିଥିଲେ ଦୁର୍ବୃତ୍ତ। ଏହାସହ ରସୁଲଗଡ଼ ପାଲାମଣ୍ଡପ ନିକଟରେ ଆକ୍ରମଣ ସହ ଲୁଟ ମଧ୍ୟ କରିଥିଲେ।

ତେବେ ସେହି ସମୟରେ ଅପରାଧୀ ଛାଡ଼ି ଯାଇଥିବା ମୋବାଇଲକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା । ପରେ ପୋଲିସ ହାତରେ ସୁରାକ ଲାଗିଥିଲା ।  ସୁରାକ ପାଇବା ପରେ ଦୟାନଦୀ ବ୍ରିଜ ଉପରେ ଗତ କାଲି ରାତିରେ ପୋଲିସ ଦୁଇଟି ଅପରାଧୀ ଉପରେ ଏନକାଉଣ୍ଟର କରିଛି ।

ଦୁଇ ଅପରାଧୀ ଜଣକ ଅରୁଣ ମଲ୍ଲିକ ଓ ବିବେକାନନ୍ଦ ନାୟକ ହୋଇଥିବା ବେଳେ ସେମାନେ ଆହତ ହୋଇଛନ୍ତି । ପୁଲିସ୍ ର ଏନକାଉଣ୍ଟରରେ ଜଙ୍ଘରେ ଗୁଳି ବାଜିଛି ଏବଂ ଉଭୟ କଟକ ଏସିବି ମେଡ଼ିକାଲରେ ଏବେ ଚିକିତ୍ସିତ ହେଉଛନ୍ତି । ଦୁଇ ଜଣଙ୍କ ନାଁରେ ୧୭ରୁ ଅଧିକ ମାମଲା ରହିଥିବା ବେଳେ ଦୁଇ ଅପରାଧୀଙ୍କ ଠାରୁ ପୋଲିସ ଏକ ବନ୍ଧୁକ ମଧ୍ୟ ଜବତ କରିଥିବା ସୂଚନା ମିଳିଛି ।