Odiapua.com

ପୁଲିସ ମାଓବାଦୀ ଗୁଳିବିନିମୟ,ମାଓକ୍ୟାମ୍ପ ଧ୍ୱସଂ, ବିପୁଳ ପରିମାଣର ମାଓସାମଗ୍ରୀ ଜବତ

ମାଲକାନଗିରି,୨୨ା୪(ଓଡିଆ ପୁଅ ) ଆଜି ମାଲକାନଗିରି ଜିଲ୍ଲାପୁଲିସକୁ ମିଳିଛି ଏକ ବଡଧରଣର ସଫଳତା । ମାଲକାନଗିରି ଜିଲ୍ଲା ମାଥିଲି ଥାନାସ୍ଥ ଦୁର୍ଗମ ତୁଳସି ପାହଡ ରେ ମାଓବାଦୀ ପୁଲିସର ଗୁଳିବିନିମୟ ରେ ପୁଲିସ କୁ ମୁକାବିଲା କରିନପାରି ମାଓବାଦୀ ଛତ୍ରଭଙ୍ଗ ଦେଇ ପଳାଇଥିଲେ,ପରେ ମାଓକ୍ୟାମ୍ପରୁ ବିପୁଳ ପରିମାଣର ମାଓସାମଗ୍ରୀ ପୁଲିସ ଜବତ କରିଛି । ମହୁପଦର ପଚାଂୟତ ତୁଳସି ପାହଡ ଦଲଦଲି ଦୁର୍ଗମ ଜଙ୍ଗଲରେ ମାଓକ୍ୟାମ୍ପ ଚାଲିଥିବା ଓ କୌଣସି ଏକ ବଡଧରଣ ଦେଶ ବିରୋଧି କାର୍ଯ୍ୟ ପାଇଁ ଯୋଜନା କରୁଥିବାର ଖବର ପାଇ ଏସପି ରିଶିକେଶ ଡି. ଖିଲାରୀ ଙ୍କ ନିର୍ଦ୍ଦେଶ କ୍ରମେ ଏସଓଜି ଯବାନ,ଡିଭିଏଫ ଫୋର୍ସ ଗତ କାଲିଠାରୁ ସେଠାକୁ କମ୍ବିଂଅପରେସନ ରେ ଯାଇଥିଲେ । ଆଜି ଅପରେସନ ସାରି ଫେରୁଥିବା ବେଳେ ଯବାନ ମାନେଙ୍କୁ ଦେଖି ମାଓବାଦୀ ମାନେ ଗୁଳିଚଳାଇଥିଲେ,ତାର ପାଲଟା ଜବାବରେ ଯବାନ ମାନେ ମଧ୍ୟଗୁଳିଚାଳନା କରିଥିଲେ , ଉଭେୟଙ୍କ ମଧ୍ୟରେ କିଛିଘଟାଂ ଧରି ଗୁଳିବିନିମୟ ହୋଇଥିଲା,ଯବାନ ଓ ପୁଲିସ ଫୋର୍ସ ଙ୍କୁ ମୁକାବିଲା କରିନପାରି କ୍ୟାମ୍ପ ଛାଡି ମାଓବାଦୀ ମାନେ ଛତ୍ରଭଙ୍ଗଦେଇ ଜଙ୍ଗଲରେ ଲୁଚିପଳାଇଥିଲେ । ପରେ ପୁଲିସ ସର୍ଚଅପରେସନ କରିବାରୁ ମାଓକ୍ୟାମ୍ପ ମଧ୍ୟରୁ ମାଓବାଦୀ ବ୍ୟବହୃତ ସୋଲାର ଲାଇଟ,ବିସ୍ପୋରକ ଦ୍ରବ୍ୟ,ପୋଷାକ, ଜୋତା,ବେଲ୍ଟ, କ୍ୟାପ,ଟିଫନ କ୍ୟାରେଜ,ସହିତ ମାଓ କିଟବ୍ୟାଗ,ହାଣ୍ଡି,ଡେକଚି,ରୋଷେଇ ସାମଗ୍ରୀ ସହ ଅନ୍ୟାନ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଛି । ଆଜି ମାଲକାନଗିରି ଜିଲ୍ଲା ପୁଲିସ କାର୍ଯ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସପି ରିଶିକେଶ ଡି, ଖିଲାରୀ ଜବତ ସାମଗ୍ରୀ ଗୁଡିକୁ ପ୍ରଦର୍ଶନକରି କହିଛନ୍ତି କୌଣସି ଏକ ବଡଧରଣର ଦେଶ ବିରୋଧି କାର୍ଯ୍ୟ ମାଓହିଂସକାଣ୍ଡ ଘଟାଇବା ପାଇଁ ମାଓବାଦୀ ମାନେ ଯୋଜନା କରୁଥିଲେ ,ପୁଲିସ ସେଠାରେ ପହଁଚି ଯିବା ପରେ ସେମାନଙ୍କ ହିଂସାକାଣ୍ଡର ଯୋଜନା ପଣ୍ଡ ହୋଇଯାଇଛି । ସଂପୃକ୍ତ ଅଚଳରେ ଆଜି ମଧ୍ୟ ମାଓତଲାସି ଅଭିଯାନ ଜାରି ରହିଛି,ତଲାସି ଅଭିଯାନ ପରେ ସମ୍ପୁଣ୍ଣ ର୍ ତଥ୍ୟ ପ୍ରଦାନ କରାଯିବ ,ଦୁର୍ଗମ ମହୁପଦର,ଟେମୁରପାଲି ତୁଳସି ପାହଡ ଅଚଂଳରେ ନିୟମିତ ଭାବେ ମାଓଦମନ କାର୍ଯ୍ୟଚାଲିବା ସହିତ ସେଠାରେ ସରକାରଙ୍କ ବିଭିନ୍ନ ଉନ୍ନୟନମୁଳକ କାର୍ଯ୍ୟ ତ୍ୱାରାନିତ ହୋଇପାରିଛି ବୋଲି ଏସପି ଶ୍ରୀ ଖିଲାରୀ ସୁଚନା ଦେଇଛନ୍ତି ।