Odiapua.com

ପୁଲିସ ମହାନିର୍ଦ୍ଦେଶକ ଙ୍କ ମାଲକାନଗିରି ଜିଲ୍ଲାଗସ୍ତ ,ମାଓଦମନ ନେଇ ଉଚ୍ଚସ୍ତରୀୟ ବୈଠକ,ସ୍ୱାଭିମାନ ଅଚଂଳ ହେବ ମାଓମୁକ୍ତ ଅଚଂଳ

ମାଲକାନଗିରି,୬ା୧୧(ଓଡିଆ ପୁଅ ) ଗତକାଲି ମାଲକାନଗିରି ଜିଲ୍ଲାପୁଲିସକୁ ବଡ ଧରଣର ସଫଳତା ମିଳିଛି, ପପୁଲୁର ଅଚଂଳରେ ଏନକାଉଟଂରରେ ୫ଜଣ ମାଓବାଦୀ ନିହତ ହୋଇଛନ୍ତି,ମାଲକାନଗିରି ଜିଲ୍ଲାପୁଲିସର ମନବଳକୁ ବଡାଇ ସୁଦୃଢ କରିବା ପାଇଁ ଆଜି  ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ପୁଲିସ ମହାନିର୍ଦ୍ଦେଶକ ଡ.ରାଜେନ୍ଦ୍ରପ୍ରସାଦ ଶର୍ମା ମାଲକାନଗିରି ଜିଲ୍ଲା ଗସ୍ତକରି ମାଓସମସ୍ୟା ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି । ଗତକାଲି ମାଲକାନଗିରି ଜିଲ୍ଲାପୁଲିସ ର ବଡସଫଳତା ଥିଲା । ପପୁଲୁର କୁର୍ମାନୁର ସ୍ୱାଭିମାନ ଅଚଂଳରେ ମାଓକ୍ୟାମ୍ପ ଚାଲିଥିବାର ଖବର ପାଇ ସେଠାକୁ ପୁଲିସମାନେ ଅପରେସନରେ ଯାଇଥିଲେ, ସେଠାରେ ମାଓବାଦୀ ମାନେ ପୁଲିସ ଙ୍କ ଉପରକୁ ଗୁଳିଚଳାଇବାରୁ ତାର ପଲଟା ଜବାବ ପୁଲିସ ଦେଇଛନ୍ତି,ଏନକାଉଟଂରରେ ୫ଜଣ ମାଓବାଦୀ ନିହତ ହେବା ସହିତ ସେମାନଙ୍କ ଠାରୁ ଅନେକ ବନ୍ଧୁକ ଗୋଲାବାରୁଦ ଜବତ ହୋଇଛି ।

ଏହି ଗୁଳି ବନିମୟରେ ମାଓନାତା ରଣଦେବ ଖସି ଯାଇଛି, ଏବେ ବି ସେ ଅଚଂଳରେ ପୁଲିସ ପକ୍ଷରୁ ସର୍ଚଅପରେସନ ଚାଲିଛି,ପୁଲିସ ପକ୍ଷରୁ ଅତି ସତର୍କତାର ସହିତ ମାଓବାଦୀଙ୍କ ଉପରେ ଆକ୍ରମଣ କରାଯାଇଛି, ଏହି ଆକ୍ରମଣରେ କେହି ସାଧାରଣ ନାଗରିକ କି ପୁଲିସ ମୃତା ଆହତ ହୋଇ ନାହାଁନ୍ତି । ସ୍ୱାଭିମାନ ଅଚଂଳକୁ ସମ୍ପୁର୍ଣ ଭାବେ ମାଓମୁକ୍ତ ଅଚଂଳ କରାଯିବ, ମାଓବାଦୀ ମାନେ ହିଂସାଛାଡି ମୁଖ୍ୟସ୍ରୋତରେ ସାମିଲ ହୁଅନ୍ତୁ, ନଚେତ ମାଓବାଦୀ ମାନଙ୍କୁ ଦୃଢହସ୍ତରେ ଦମନ କରାଯିବା ସହିତ ଆନ୍ଦ୍ର ଓଡିଶା ଛତିଶଗଡ ତିନୋଟି ରାଜ୍ୟର ମିଳିତ ଅପରେସନକୁ ଯୋରଦାର କରାଯିବ,ଆବଶ୍ୟକ ପଡିଲେ ମାଓପ୍ରବଣ ଅଚଂଳରେ ଅଧିକ ବିଏସଏଫ  ଓ ପୁଲିସ କ୍ୟାମ୍ପ ପ୍ରତିଷ୍ଟା କରାଯିବ,ସ୍ୱାଭିମାନ ଅଚଂଳରେ ସ୍ୱତନ୍ତ୍ର ଭାବେ ଉନ୍ନୟନମୁଳକ କାର୍ଯ୍ୟର ଯୋଜନା କରାଯାଉଛି ବୋଲି ଡିଜିପି ଶ୍ରୀ ଶର୍ମା ମାଲକାନଗିରି ଗସ୍ତ ସମୟରେ ଗଣମାଧ୍ୟମ ପ୍ରତି ନିଧିଙ୍କୁ କହିଛନ୍ତି ।  ଆଜି ମଧ୍ୟାହ୍ନରେ ମାଲକାନଗିରି ଜିଲ୍ଲାପୁଲିସ ମୁଖ୍ୟ କାର୍ଯ୍ୟାଳୟ ଠାରେ ମାଓଦମନ ନିତି ସଂପର୍କରେ ରୁଦ୍ଧଦ୍ୱାର ଉଚ୍ଚସ୍ତରୀୟ ଆଲୋଚନା ସହିତ ମାଓସମୀକ୍ଷା ବୈଠକ କରିଥିଲେ ।

ଡିଜିପି ଙ୍କ ସହିତ ଏଡିଜେ ଶ୍ରୀ ଆର.ପି କୋଚେ,ଗୋଇନ୍ଦା ବିଭାଗ ନିର୍ଦ୍ଦେଶକ ସୁନିଲରାୟ,ଆଇଜି ଅପରେସନ ଶ୍ରୀ ଆର.କେ.ଶର୍ମା,ସ୍ୱତନ୍ତ୍ର ଗୋଇନ୍ଦା ବିଭାଗ ନିର୍ଦ୍ଦେଶକ ଘନଶ୍ୟାମ ଉପାଧ୍ୟାୟ,ଏସ.ଓ.ଜି. କମାଣ୍ଡାଟଂ ଅନିରୁଦ୍ଧ ସିଂ.ଡିଆଇଜି ଆଶିସ ସିଂ,ମାଲକାନଗିରି ଏସପି ଜଗମୋହନ ମୀନା,ଏସଡିପିଓ ଶ୍ରବଣ ବିବେକ,ବିଏସଏଫ ଆଇଜି,ବିଏସଏଫ ଡିଆଇଜି.ଙ୍କ ସହିତ ଅନ୍ୟାନ ଉଚ୍ଚପୁଲିସ ଅଧିକାରୀ ମାନେ ଏହି ବୈଠକରେ ଯୋଗଦେଇ ଆଲୋଚନାରେ ଭାଗନେଇଥିଲେ । ପୁର୍ବ ଅପେକ୍ଷା ଓଡିଶା ତଥା ମାଲକାନଗିରି ଜିଲ୍ଲାରେ  ମାଓହିଂସା କମିଛି,ପୁଲିସ ଦ୍ୱାରା ବହୁ ମାଓବାଦୀଙ୍କ ଦୁର୍ଗଭୁଷିଡିପଡିବା ସହିତ ଅନେକ ମାଓବାଦୀ ହିଂସା ଛାଡି ପୁଲିସ ନିକଟରେ ଆତ୍ମସମର୍ପଣ କରି ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି । ମାଓବାଦୀ ମାନେ ଅସ୍ତ୍ର ଛାଡି ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆଗେଇ ଆସନ୍ତୁ,ହିଂସା ନଛାଡିଲେ ମାଓବାଦୀଙ୍କୁ ଦୃଢହସ୍ତରେ ଦମନ କରା ଯିବ, ଓଡିଶା,ଆନ୍ଦ୍ର, ଛତିଶ ଗଡ ତିନୋଟିରାଜ୍ୟର ମିଳିତ ଭାବେ ମାଓଦମନ ପାଇଁ ଅପରେସନ ଆରମ୍ଭ ହୋଇ ଯିବ  ଖୁବଶିଘ୍ର ସ୍ୱାବିମାନ ଅଚଂଳକୁ ମାଓମୁକ୍ତ ଅଚଂଳ କରାଯିବ ବୋଲି ଡିଜିପି ଶ୍ରୀ ଶର୍ମା ଗଣମାଧ୍ୟମକୁ ସୁଚନା ଦେଇ ମାଲକାନଗିରି ଜିଲ୍ଲାପୁଲିସର  ଏହି ସଫଳାତାକୁ  ଧନ୍ୟବାଦ ଜଣାଇଥିଲେ ।