Odiapua.com

ପୁଲିସ ମହାନିର୍ଦ୍ଦେଶକ ଙ୍କ ସ୍ୱାଭିମାନ ଅଚଂଳ ଗସ୍ତ ,ଉନ୍ନୟନ କାର୍ଯ୍ୟ ଓ ମାଓଦମନ ନେଇ ଉଚ୍ଚସ୍ତରୀୟ ବୈଠକ

ମାଲକାନଗିରି,୧ା୨(ଓଡିଆ ପୁଅ ) ଆଜି ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ମାଓଗଡ ସ୍ୱାଭିମାନ ଅଚଂଳ ପରିଦର୍ଶନ କରିବା ସହ ମାଲକାନଗିରି ଜିଲ୍ଲାସଦର ମହକୁମା ଜିଲ୍ଲାପୁଲିସ କାର୍ଯ୍ୟାଳୟ ଠାରେ ରାଜ୍ୟ ସରକାରଙ୍କ ଉନ୍ନୟନ କାର୍ଯ୍ୟ ୫-ଟି,ମୋ ସରକାର ଯୋଜନା ଓ ମାଓସମସ୍ୟା ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି । ଆଜି ଡିଜିପି ଶ୍ରୀ ଅଭୟ,ଗୁଇନ୍ଦା ନିର୍ଦ୍ଦେଶକ ସତ୍ୟଜିତ ମହାନ୍ତି,ଗୁଇନ୍ଦା ସ୍ୱତନ୍ତ୍ର ନିର୍ଦ୍ଦେଶକ ଆର.କେ.ଶର୍ମା.ଆଇଜି ରେଖା ଲୋହିନୀ,ଡିଆଇଜି ଅନିରୁଦ୍ଧସିଂ,ଡିଆଇଜି ସଫିନ ଅହମଦ କେ ,ଆଇଜି ଅପରେସନ ଅମିତାଭ ଠାକୁର,ଡିଆଇଜି ବିନୟତୋଷ ମିଶ୍ର ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ଚିତ୍ରକୋଣ୍ଡା ସ୍ୱାଭିମାନ ଅଚଂଳ ବଡପଡା,ଜନ୍ତପାଇ,ଜାନବାଇ,ବଡପଦର ବିଏସଏଫ କ୍ୟାମ୍ଫ ପରିଦର୍ଶନ କରି ସେଠାରେ ବିଏସଫ ଯବାନ ଓ ଆଇଆରବି ପୁଲିସମାନଙ୍କ ସୁବିଧା ଅସୁବିଧା କଥା ପଚାରି ବୁଝିବାସହିତ,ସ୍ୱାଭିମାନ ଅଚଂଳରେ ଉନ୍ନୟନ କାର୍ଯ୍ୟ,ମାଓମସ୍ୟା ଓ ରଣନିତୀ ସଂପର୍କରେ ଆଲୋଚନା କରିଥିଲେ । ଅପରାହ୍ନରେ ମାଲକାନଗିରି ଜିଲ୍ଲାପୁଲିସ କାର୍ଯ୍ୟାଳୟ ସଭାଗୃହ ଠାରେ ସ୍ୱତନ୍ତ୍ର ସମୀକ୍ଷା ବୈଠକରେ ଡିଜିପି ଶ୍ରୀ ଅଭୟ ଯୋଗଦେଇ ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲା ରେ ରାଜ୍ୟ ସରକାରଙ୍କ ୫-ଟି,ମୋ ସରକାର ଯୋଜାନା କୁ କାର୍ଯ୍ୟକାରି କରିବାସହିତ ସରକାରି ଯୋଜନା ଗୁଡିକର ସୁଫଳ କିପରି ଲୋକମାନଙ୍କ ନିକଟରେ ପହଁଚିବ ସେଥିପ୍ରତି ଗୁରୁତ୍ୱ ଦିଆଯିବ,ସ୍ୱତନ୍ତ୍ର ଭାବେ ଚିତ୍ରକୋଣ୍ଡା ସ୍ୱାଭିମାନ ଅଚଂଳ କୁ ଗୁରୁତ୍ୱ ଦିଆ ଯାଇ ସେଠାରେ ମୋ ସରକାର ଓ ୫-ଟି ଯୋଜାନା କାର୍ଯ୍ୟକାରି କରିବାସହିତ ସ୍ୱାଭିମାନ ଅଚଂଳରେ ସ୍ୱତନ୍ତ୍ର ଭାବେ ଉନ୍ନୟନମୁଳକ କାର୍ଯ୍ୟର ଯୋଜନା କରାଯାଉଛି ବୋଲି ଡିଜିପି ଶ୍ରୀ ଅଭୟ ମାଲକାନଗିରି ଗସ୍ତ ସମୟରେ କହିଛନ୍ତି । ଏହି ବୈଠକରେ ଡିଜିପି ଙ୍କ ସହିତ ମାଲକାନଗିରି ଏସପି ରିଶିକେଶ ଡି ଖିଲାରୀ , ବିଏସଏଫ ଡିଆଇଜି, ବିଏସଏଫ କମାଣ୍ଡେଂଟ ଙ୍କ ସହିତ ଅନ୍ୟାନ ଉଚ୍ଚପୁଲିସ ଅଧିକାରୀ ମାନେ ଏହି ବୈଠକରେ ଯୋଗଦେଇ ଆଲୋଚନାରେ ଭାଗନେଇଥିଲେ । ମାଓସମୀକ୍ଷା ବୈଠକ କରିଥିଲେ ।