Odiapua.com

ପୁଲିସ ମହାନିର୍ଦେଶକଙ୍କ ପୁରୀ ଗ୍ରସ୍ତ

ପୁରୀ, ୨୫/୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ପୁଲିସ ମହାନିର୍ଦେଶକ ଶ୍ରୀ ଅଭୟ ଏଠାରେ ପହଂଚିବା ପରେ ପ୍ରଥମେ ରିଜର୍ଭ ପୁଲିସ କାର୍ଯ୍ୟାଳୟ ଯାଇ ସୁରକ୍ଷା ବଳୟ ର ସମୀକ୍ଷା କରିଥିଲେ। କରୋନା ମୁକାବିଲା ପାଇଁ ପୁରୀ ପୁଲିସ ବିଭାଗ କିପରି ପ୍ରସ୍ତୁତି ରହିଛି ସେ ନେଇ ଅନୁଧ୍ୟାନ କରିବା ସହ ଥାନା ଗୁଡିକ କିଭଳି ସାନିଟାଇଜ୍ ହେଉଛି ତାର ମଧ୍ୟ ସମୀକ୍ଷା କରିଥିଲେ। ଏ ସଂକ୍ରାନ୍ତ ରେ ପୁଲିସ କର୍ମଚାରୀ ଙ୍କ ସହ ଆଲୋଚନା ମଧ୍ୟ କରିଥିଲେ। ପରେ ଜିଲା ପୁଲିସ ମୁଖ୍ୟାଳାୟ ରେ ଏକ ସ୍ୱତନ୍ତ୍ର ବୈଠକରେ ଯୋଗ ଦେଇଥିଲେ। ଡିଜି ଅଭ୍ୟୟଙ୍କ ସହ କେନ୍ଦ୍ରାଂଚଳ ଡିଆଇଜି ଆଶିଷ ସିଂ ଏସପି ଉମାଶଙ୍କର ଦାସ୍ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ। ତେବେ ବୈଠକରେ ବିଶେଷ କରି ସ୍ନାନ ପୂର୍ଣ୍ଣିମା ସୁରକ୍ଷା ବ୍ୟବସ୍ଥା ଉପରେ ଆଲୋଚନା ହୋଇଥିଲା। ସେପଟେ ଲକଡାଉନ ଚତୁର୍ଥ ପର୍ଯ୍ୟାୟ ଚଳିତ ମାସ ୩୧ ତାରିଖରେ ସରିବ। ଓ ତା ପରେ ଲକଡାଉନ ର ପଂଚମ ପର୍ଯ୍ୟାୟ ଯଦି ଆସେ ତାର ନିୟମ କଣ ରହିଛି ତାକୁ ଦେଖିଲା ପରେ ଏକ ବ୍ଲୁ ପ୍ରିଂଟ ପ୍ରସ୍ତୁତ କରାଯିବ ବୋଲି ସୂଚନା ମିଳିଛି।