ହାଟଡ଼ିହି-୧୯/୩, (ଓଡିଆପୁଅ / ବିକାଶ ବିଶ୍ୱାଳ)କୋଭିଡ-୧୯ର ଦ୍ୱିତୀୟ ଲହରକୁ ନେଇ ପ୍ରଶାସନ ସ୍ୱତନ୍ତ୍ର ଗାଇଡଲାଇନ ଜାରି କରିଥିବାବେଳେ ଆଜି ପୁଲିସ ଓ ପ୍ରଶାସନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଆଜି ଅପରାହ୍ନରେ ହାଟଡିହି ତହସିଲଦାର କିର୍ତ୍ତନ ବିହାରୀ ଓଝା, ମରୈଗାଁ ରାଜସ୍ୱ ନିରୀକ୍ଷକ ସନ୍ତୋଷ ନାୟକ,ନନ୍ଦିପଦା ଥାନା ଏ.ଏସ.ଆଇ ସତ୍ୟନାରାୟଣ ପରିଡା ପ୍ରମୁଖ ପୁଲିସ ଫୋର୍ସ ସହିତ ଛେନାପଦିଛକରେ ରହି ଲୋକମାନଙ୍କୁ ସଚେତନ କରାଇଥିଲେ । ପୁର୍ବପରି ବାଇକ ଆରୋହୀମାନେ ହେଲମେଟ ସହିତ ମାକ୍ସ ପିନ୍ଧିବା, ବ୍ୟବସାୟ ପ୍ରତିଷ୍ଠାନ ଗୁଡିକ ସାମାଜିକ ଦୁରତା ଅବଲମ୍ବନ କରିବା ସହିତ ଗ୍ରାହକମାନେ ଯେପରି ମାକ୍ସ ପିନ୍ଧି କିଣାବିକା କରିବେ ସେନେଇ ବ୍ୟବସାୟୀ ମାନଙ୍କୁ ସଚେତନ କରାଇଥିଲେ । ପ୍ରତ୍ୟେକ ଅଞ୍ଚଳରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହିପରି ଜନସଚେତନ କରାଯିବ ବୋଲି ତହସିଲଦାର ଶ୍ରୀ ଓଝା ସୁଚନା ଦେଇଛନ୍ତି ।