ଭଦ୍ରକ, ୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ପ୍ରଥମ ଥର ପାଇଁ ପୋଲିସ ପରିବାର ବର୍ଗ ଓ ବରିଷ୍ଠ ନାଗରିକ ପାଇଁ ସ୍ଥାନୀୟ ନୂତନ ବସ ଷ୍ଟାଣ୍ଡ ନିକଟରେ ଥିବା ରଘୁନାଥ କଂନଭେନଶନ ଠାରେ ଏକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ସ୍ୱାସ୍ଥ୍ୟ ଶିବିରରେ ଭୁବନେଶ୍ୱର ଏମ୍ସ ର ବଛା ବଛା ବିଭିନ୍ନ ବିଭାଗର ଡାକ୍ତର ମାନେ ଆସିଥିଲେ। ତେବେ ପୋଲିସ ପକ୍ଷରୁ ଏହି ସ୍ୱାସ୍ଥ୍ୟ ଶିବିର କୁ ଏମ୍ସ ବରିଷ୍ଠ ପ୍ରଫେସର କର୍କଟ ବିଶେଷଜ୍ଞ ଡା. ସରୋଜ କୁମାର ଦାସ ମୁଜମଦାର ଓ ଭଦ୍ରକ ଏସପି ମନୋଜ କୁମାର ରାଉତ ଫିତା କାଟି ଉଦ୍ଘାଟନ କରିଥିଲେ। ଏଥିରେ ୨୦୦ ରୁ ଉର୍ଦ୍ଧ ପୋଲିସ ପରିବାର ଓ ବୃଦ୍ଧିଜୀବୀ ମାନେ ରେଜିଷ୍ଟେସନ କରି ବିଭିନ୍ନ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଆସିଥିବା ଡାକ୍ତର ମାନଙ୍କୁ ଦେଖାଇ ତାଙ୍କର ସ୍ୱାସ୍ଥ୍ୟ ଚେକପ କରିଥିଲେ। ଏଥିରେ ମେଡ଼ିସିନ ସ୍ପେସିଆଲିଷ୍ଟ, ଡାବେଟିସ, କର୍କଟ ରୋଗ, ଚର୍ମ ରୋଗ ଭଳି ୧୨ ଟି ବିଭାଗର ଡାକ୍ତର ମାନେ ରୋଗୀ ମାନଙ୍କର ମାଗଣାରେ ସ୍ୱାସ୍ଥ୍ୟ ଚେକପ କରିଛନ୍ତି। ସ୍ୱାସ୍ଥ୍ୟ ହିଁ ସମ୍ପତ, ଏହି ବାର୍ତା ମାଧ୍ୟମରେ ପ୍ରତ୍ୟେକ ଗାଁ ଗାଁ ରେ ଏହିପରି ମାଗଣା ସ୍ୱାସ୍ଥ୍ୟ ଶିବିର ମାଧ୍ୟମରେ ସାଧାରଣ ଲୋକମାନେ ଉପକୃତ ହୋଇ ପାରିବେ ବୋଲି ଏମ୍ସ ର ବରିଷ୍ଠ ଡାକ୍ତର କହିଛନ୍ତି। ସେହିପରି ପୋଲିସ ପରିବାର ସର୍ବଦା ଡ୍ୟୁଟି କରି ବିଭିନ୍ନ ରୋଗ ଗ୍ରସ୍ତ ହେଉଛନ୍ତି। ତେଣୁ ଏହିପରି ସ୍ୱାସ୍ଥ୍ୟ ସେବାରେ ସେମାନେ ତାଙ୍କ ପରିବାର ଲୋକମାନେ ଡାକ୍ତର ଙ୍କୁ ଦେଖାଇ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୋଇ ପାରିବେ ବୋଲି ଏସପି କହିଛନ୍ତି।