ଭଦ୍ରକ, ୨୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ ଅଗଷ୍ଟ ମାସ ୧ ତାରିଖରେ ରାତିରେ ଆରଡ଼ି ଛକ ଭଡାଘରେ ଶୋଇଥିବା ବେଳେ ପିତା ନିଜର ନାବାଳିକା କନ୍ୟାକୁ ଧର୍ଷଣ କରିବା ସହ ବନ୍ଧୁକ ଦେଖାଇ ମାରି ଦେବାକୁ ଉଦ୍ୟତ ହେବାରୁ ମାଆ ଗୀତାଞ୍ଜଳି ପଣ୍ଡା ଗ୍ରାମାଂଚଳ ଥାନାରେ ଏତଲା ଦେଇଥିଲେ। ଫଳରେ କେସ ନମ୍ବର ୪୮୮/୨୪, ଦଫା- ବି. ଏନ.ଏସ. ର ୮୫, ୧୧୫(୨), ୨୫୧(୨), ୭୫, ୭୫ ଓ ନାବାଳିକା ଯୌନ ନିର୍ଯ୍ୟାତନା ନିରୋଧ ଆଇନ (ପୋସ୍କୋ) ଆଇନର ଦଫା ୧୨ ସହ ଆର୍ମସ ଆକ୍ଟର ଦଫା ୨୫/୨୬ ରେ ପୋଲିସ ମାମଲା ରୁଜୁ କରି ଜହ୍ଲାଦ ପିତା ପ୍ରଭାତ କୁମାର ପଣ୍ଡାଙ୍କୁ ୨/୮/୨୦୨୪ ରିଖରେ ଗିରଫ କରି କୋର୍ଟ ପଠାଇଥିଲା। ନିୟମ ଅନୁଯାୟୀ ପୋଲିସ (ତଦନ୍ତକାରୀ ଅଧିକାରୀ) ଅଭିଯୁକ୍ତ ବିରୁଦ୍ଧରେ ୬୦ ଦିନ ଭିତରେ କୋର୍ଟରେ ଚାର୍ଜସିଟ ଦେବା କଥା। ମାତ୍ର ଆଇନ ଅନଭିଜ୍ଞ ପୋଲିସ ଏ କଥା ଜାଣି ନ ଥିବାରୁ ଚାର୍ଜସିଟ କୋର୍ଟରେ ନ ଦେବାରୁ କୋର୍ଟ ଜହ୍ଲାଦ ପିତାକୁ ଗତକାଲି ଜାମିନ ପ୍ରଦାନ କରିଛନ୍ତି। ମାଆ ନିଜର ଓ ପିଲାମାନଙ୍କ ସୁରକ୍ଷା ପାଇଁ ଆଜି ଭଦ୍ରକ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଅଭିଯୋଗ ଦେବା ସହ ତଦନ୍ତକାରୀ ଅଧିକାରୀ ମୋନାଲିସା ପ୍ରଧାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଛନ୍ତି।