Odiapua.com

ପୁର୍ବ ବିବାଦକୁ ନେଇ ଝଣଝଣା ଗାଁରେ ମା ପୁଅଙ୍କୁ ମାଡ, ଘରପୋଡି

ହାଟଡିହି-୨୩। ୬ : (ଓଡିଆ ପୁଅ / ବିକାଶ ବିଶ୍ୱାଳ) ପୁର୍ବ ବିବାଦକୁ ନେଇ ସୋସୋ ଥାନା ଝଣଝଣା ଗ୍ରାମରେ ମା ପୁଅକୁ ମାଡ ମାରିଥିବା ଅଭିଯୋଗ ହୋଇଛି। ମାଡ ମାରିବାର ସମାଧାନ ପାଇଁ ଗାଁରେ ବୈଠକ ବସିଥିବାବେଳେ ଏପଟେ ମା ପୁଅଙ୍କ ଘର ପୋଡିଯିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଖବରରୁ ଜଣାଯାଇଛି ଯେ ଦିପୁ ପଲେଇ ଓ ତାଙ୍କ ସ୍ତ୍ରୀ କୁନିଙ୍କ ମଧ୍ୟରେ ଘରୋଇ କଳିକୁ ନେଇ ଝଗଡା ଲାଗିଥିଲା। ଦିପୁ ଖରାପ ଭାଷାରେ ତାର ସ୍ତ୍ରୀକୁ ଗାଳିଗୁଲଜ ଓ ପିଟାମରା କରିଥିଲା। ଏନେଇ କିଛି ପଡୋଶୀ ଦିପୁକୁ ଏଭଳି ବ୍ୟବହାରରୁ କ୍ଷାନ୍ତ କରିବାକୁ ଆସିଥିଲେ। କିନ୍ତୁ ଦିପୁ ସେମାନଙ୍କ କଥା ନଶୁଣିବାରୁ ପଡୋଶୀ ସୁରେନ୍ଦ୍ର ଦେହୁରୀ ଓ ଚଗୁଲୁ ଦେହୁରୀଙ୍କ ଭିତରେ ମାଡପିଟା ହୋଇଥିଲା। ଦିପୁର ମା ଝରଣା ପଲେଇ ଓ ଭଣଜା ଏହାର ପ୍ରତିବାଦ କରିବାରୁ ଏହାର ପ୍ରତିବାଦ କରିବାରୁ ପଡୋଶୀ ଦୁଇଜଣ ଝରଣାଙ୍କୁ ମଧ୍ୟ ମାଡ ମାରିବା ସହ ଭଣଜାକୁ ବାନ୍ଧି ପକାଇଥିଲେ। ତୋର ଘରଦ୍ୱାର ଭାଙ୍ଗି ତୋତେ ଗାଁରୁ ତଡିଦେବୁ ବୋଲି ମଧ୍ୟ ଧମକ ଦେଇଥିଲେ। ଏନେଇ ଗତକାଲି ରାତିରେ ଗାଁରେ ବୈଠକ ବସିଥିଲା। ବୈଠକ ଚାଲୁଥିବା ସମୟରେ ଦିପୁର ଘର ପୋଡି ଯାଇଥିଲା। ଗାଁ ଲୋକେ ଦଉଡି ଆସି ନିଆଁକୁ ଆୟତ କରିଥିଲେ। ହାଟଡିହିରୁ ଦମକଳ ପହଞ୍ଚି ନିଆଁକୁ ସମ୍ପୁର୍ଣ୍ଣ ଲିଭାଇ ଥିଲା। କେହି ଦୁର୍ବୁତ ତାଙ୍କ ଘରଟିରେ ନିଆଁ ଲଗାଇ ଦେଇଥିବା ସନ୍ଦେହ କରୁଥିଲେ ମଧ୍ୟ ସ୍ୱଚକ୍ଷୁରେ ଦେଖି ନଥିବାରୁ କାହା ନାମରେ ଅଭିଯୋଗ କରି ନାହାନ୍ତି। ଖବରପାଇ ସୋସୋ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।