Odiapua.com

ପୁର୍ବତନ ମନ୍ତ୍ରୀଙ୍କ ମାଲକାନଗିରି ଜିଲ୍ଲାଗସ୍ତ,କରୋନା ସମୀକ୍ଷା ବୈଠକ ।

ମାଲକାନଗିରି,୨୪ା୫(ଓଡିଆ ପୁଅ ) ସମଗ୍ର ବିଶ୍ୱ କରୋନା ମହାମାରି କବଳ ରେ ପଡି ସନ୍ତୁଳିତ ହେଉଥିବା ବେଳେ ଲକଡାଉନ ପରିସ୍ଥିତ ପାଇଁ ନିଜ ନିଜ ରାଜ୍ୟକୁ ପ୍ରବାସୀ ଓଡିଆଙ୍କ ଘରବାହୁଡା ହେଉଛି । ପୁର୍ବତନ ମନ୍ତ୍ରୀ ତଥା ବିଜେଡି ଦଳ ପର୍ଯ୍ୟବେକ୍ଷକ ଚନ୍ଦ୍ରସାରଥୀ ବେହେରା,ରାଜ୍ୟ ସାଙ୍ଗଠାନିକ ସଂପାଦକ ପ୍ରଣବପ୍ରକାଶ ଦାସ ମାଲକାନଗିରି ଜିଲ୍ଲାଗସ୍ତ କରି ଜିଲ୍ଲାପ୍ରଶାସନ ପ୍ରଶାସନ ପକ୍ଷରୁ ପ୍ରବାସୀ ଓଡିଆ ଫେରନ୍ତାଙ୍କୁ କିଭଳି ସଙ୍ଗରୋଧ କେନ୍ଦ୍ରରେ ରଖାଯାଉଛି,ସେମାନଙ୍କୁ କେଉଁଭଳି ସହାୟତା ଯୋଗାଇ ଦିଆଯାଉଛି ଓ ବିଜେଡି ଦଳର ନେତା ଓ କର୍ମୀ ମାନେ ଭୟାବହ କରୋନା ମହାମାରି ସମୟରେ ଆସହାୟ ଲୋକଙ୍କ ପାଖରେ ପହଁଚି କିପରି ସେବା ଯୋଗଉନ୍ତି ସେ ସଂପର୍କରେ ମାଲକାନଗିରି ଜିଲ୍ଲାର ଦଳିୟ ନେତା ଓ କର୍ମୀମାନଙ୍କ ସହିତ ସମୀକ୍ଷା ବୈଠକ କରିଛନ୍ତି । ସ୍ଥାନୀୟ ସର୍କିଟ ହାଉସ ଠାରେ ଜିଲ୍ଲାବିଜେଡି ସଭାପତି ତଥା ଚିତ୍ରକୋଣ୍ଡା ବିଧାୟକ ପୂଣ୍ଣ ର୍ଚନ୍ଦ୍ର ବାକାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ କୋଭିଡ୧୯ ସମୀକ୍ଷା ବୈଠକ ଓ ଦଳିଅ ସାଙ୍ଗଠନିକ ସଭାରେ ପୁବ ର୍ତନ ମନ୍ତ୍ରୀ ଶ୍ରୀ ବେହେରା, ରାଜ୍ୟସଙ୍ଗଠନ ସଂପାଦାକ ଶ୍ରୀ ଦାସ ଙ୍କ ସହିତ ପୁବ ର୍ତନ ବିଧାୟକ ତଥା ଜିଲ୍ଲା ସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡକାମୀ,ପୁବ ର୍ତନ ବିଧାୟକ ମୁକୁନ୍ଦ ସୋଡି,ଆଡମା ରାବା,ଗୋପାଳପଣ୍ଡା,ପଦ୍ମିନୀମୁଦୁଲି, ଉଦୟ ମାଦ୍ରୀ, ଅନୁପ ମିସ୍ତ୍ରୀ,ହିମାଶୁଂସାମଲ,ପ୍ରଫୁଲପଣ୍ଡା,ପ୍ରୀତିପାଲ ସିଂ,ଧନୁର୍ଯ୍ୟୟ ମାଡକାମି,ଜଗୁପଡିଆରୀ,ସୋମେଶ ବାଘ,ସଦାନନ୍ଦ ଖରା,ସବ ର୍କୁମାର ବିଷୋୟୀ, ପ୍ରଶାନ୍ତି ଲତା ବିଷୋୟୀ,ଶ୍ରୀନିବାସ ମୁଦୁଲି ପ୍ରମୁଖ ବିଜେଡି ନେତା ଓ ଦଳିଅ କର୍ମୀ ମାନେ ସାମଜିକ ଦୂରତା ରକ୍ଷାକରି ମୁହଁରେ ମାସ୍କ ଲଗାଇ ସମୀକ୍ଷା ବୈଠକରେ ଉପସ୍ଥିତ ରହି କରୋନା ମହାମାରି ସଂପର୍କରେ ଓ ଦଳିଅ ସାଙ୍ଗଠାନିକ କାର୍ଯ୍ୟ ବାବଦରେ ଆଲୋଚନା କରିଥିଲେ ।